ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ପଢୁଛନ୍ତି ପିଲା

ରାୟଗଡ଼ା, 24/09/2025, ଉତ୍କଳ voice news - utkalvoicenews.com( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ଖୁରିଗାଁ ପଞ୍ଚାୟତ ଅନ୍ତର୍ଗତ କୁମ୍ଭୀରଶିଳା ଗ୍ରାମରେ
Article Image
ଥୁବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି। ସେଠାରେ ଅଫିସ୍
Article Image
ଗୃହ ନ ଥିବାବେଳେ ଆବଶ୍ୟକ ଶ୍ରେଣୀ ଗୃହ ଅଭାବରୁ ଛାତ୍ରୀଛାତ୍ର ବାରଣ୍ଡାରେ
Article Image
ବାରଣ୍ଡାରେ ବସି ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ବସି ପାଠପଢୁଛନ୍ତି। ବର୍ଷା ହେଲେ ପିଲାଙ୍କ ପାଠପଢ଼ାରେ ଅସୁବିଧା ହେଉଥ‌ିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଉକ୍ତ ବିଦ୍ୟାଳୟରେ ମୋଟ ୧୩୬ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ୪ଜଣ ଶିକ୍ଷକ ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି। ବିଦ୍ୟାଳୟରେ ୭ଟି ଶ୍ରେଣୀ ପାଇଁ ରହିଛି ମାତ୍ର ୪ଟି ଶ୍ରେଣୀଗୃହ । ସେଥୁମଧ୍ୟରୁ ୩ଟି ଗୃହରେ ଶିକ୍ଷାଦାନ କରାଯାଉଥ‌ିବା ବେଳେ ଅନ୍ୟ ଏକ ଶ୍ରେଣୀଗୃହର ତଳ ଚଟାଣ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଛାତ୍ରୀଛାତ୍ରଙ୍କୁ ବାରଣ୍ଡାରେ ପାଠ ପଢ଼ାଯାଉଥିବା ପ୍ରଧାନ ଶିକ୍ଷକ ତୈଳକ ଝୋଡିଆ କହିଛନ୍ତି। ସେହିପରି ବିଦ୍ୟାଳୟ ପରିସରରେ ଏକ ନଳକୂପ ରହିଥିଲେ ମଧ୍ୟ ସେଥୁରୁ ଅହରହ ପାଣି ବାହାରୁଛି । ଏହାକୁ ମରାମତି ପାଇଁ ଜଳ ନିଗମ ଅଫିସକୁ ଜଣାଇଥିଲେ ମଧ୍ୟ ସଜଡ଼ାହୋଇପାରୁ ନାହିଁ ବୋଲି ଜଣେ ଶିକ୍ଷକ କହିଛନ୍ତି। ସ୍କୁଲର ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକ ତୈଳକ ଙ୍କୁ ପଚାରିବାରୁ ସେ କହିଛନ୍ତି, ମାସେ ହେଲା ମୁଁ ବଦଳି ହୋଇଆସିଛି। ତେବେ ମୋ ପୂର୍ବରୁ ଯିଏ ପ୍ରଧାନ ଶିକ୍ଷକ ଥିଲେ ସେ ସ୍କୁଲର ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି।
5