ଏରସମା, 24/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଣ୍ଟେଇନାଳୀ ଠାରେ ପେଷାକ ବିତରଣୀ ଉତ୍ସବ ଶୁଭାରମ୍ଭ ହେଇଯାଇଛି।ପ୍ରଧାନ ଶିକ୍ଷକ ମିତ୍ରଭାନୁ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବାମଦେଇପୁର ପଞ୍ଚାୟତ ସରପଞ୍ଚ ବୈଜୟନ୍ତୀ ମହାନ୍ତି, ମୁଖ୍ୟବ୍ୟକ୍ତା ବାମଦେଇପୁର ପଞ୍ଚାୟତ ସମିତି ସଭ୍ୟ ବିକ୍ରମ ମହାପାତ୍ର,ସମ୍ମାନିତ ଅତିଥି ଭାବେ ସନ୍ତୋଷ କୁମାର ବିଶ୍ୱାଳ,ସହଶିକ୍ଷୟତ୍ରୀ ନିରୁପମା ଦାସ ଯୋଗଦେଇ ପିଲାମାନଙ୍କୁ ଭଲ ପାଠପଢିବା ସହିତ ପିତାମାତା ଓ ଗୁରୁଜନଙ୍କ ଆଶ୍ରୀବାଦ ନେଇ ମାନିବା ସହିତ ପିତାମାତା ଓ ଗୁରୁଜନଙ୍କ ଆଶ୍ରୀବାଦ ନେଇ ଭଲ ପାଠ ପଢ଼ିବା ସହିତ ନିଜ ନିଜର ଭବିଷ୍ୟତ ଗଢି ପୀତା,ମାତାଙ୍କ ସ୍ୱପ୍ନ ପୁରଣ ସହିତ ସ୍କୁଲ ତଥା ଅଞ୍ଚଳର ନାମ ଟେକ ରଖିବାକୁ ପରାମର୍ଶ ଦେଇଥିଲେ। ସ୍କୁଲରେ ପାଠ ପଢୁଥିବା ୪୪ ଜଣ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୋଷାକ ଓ ଜୋତା ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିକୁଞ୍ଜ କୁମାର ଦାସ,ଉପସଭାପତି ରଶ୍ମିତା ବିଶ୍ୱାଳ,ସୂର୍ଯ୍ୟକାନ୍ତ ଜେନା, ରୋଜାଲିନୀ ନାଥ,ଅନିତା ବରାଳ,ସରସ୍ୱତୀ ସାହୁ,ସଙ୍ଗୀତା ବାରିକ,ବୈଇଲୋଚନ ବାରିକଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।