ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତୃତୀୟ ଦିନରେ ବ୍ଲକ ସମ୍ମୁଖରେ ମିଶନଶକ୍ତି ରେ କାର୍ଯ୍ୟରତ କର୍ମଚାରୀ ଙ୍କ ଧାରଣା

ଯାଜପୁର, 24/09/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ବ୍ଲକ ରେ ମିଶନ ଶକ୍ତିରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟlପ ମାନେ ନିଜର ନାଜ୍ୟ ଦାବୀ ହାସଲ କରିବାକୁ ବ୍ଲକ ସମ୍ମୁଖରେ ତୃତୀୟ ଦିନ ଧାରଣା ଦେଇଛନ୍ତି l ସୁଚନା ଅନୁଯାୟୀ ବ୍ଲକର ବିଭିନ୍ନ ମିଶନ ଶକ୍ତି ଅଧୀନରେ ଏମ,ବି,କେ ସି, ଆର, ପି ,ବ୍ୟାଙ୍କମିତ୍ର,କୃଷି ମିତ୍ର,ଓ ପ୍ରାଣୀ ମିତ୍ର ଭାବେ କାର୍ଯ୍ୟ କରୁଥିବା କର୍ମଚାରି ମାନଙ୍କୁ ପୂବ ସରକାରରେ ଏକ ନିର୍ଦ୍ଧିଷ୍ଟ ପ୍ରୋତ୍ସାହନ ରାଶି ମିଳୁଥିଲା l ହେଲେ ନୂତନ ସରକାର ଏହାକୁ ଦ୍ରିଘ ୬ ମାସ ହେବ ବନ୍ଦ କରିଦେଇ ଉପୋରୋକ୍ତ କାର୍ଯ୍ୟରେ ନିୟୋଜିତ କର୍ମଚାରି ମାନଙ୍କୁ କାର୍ଯ୍ୟ ହିସାବରେ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଏ ନେଇ ସଂଘ ପକ୍ଷରୁ ବହୁବାର ବିଭାଗୀୟ ଅଧିକାରୀ ଓ ବିଡ଼ିଓ ଙ୍କୁ ଜଣାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ l ଯାହାକୁ ନେଇ ମିଶନଶକ୍ତିରେ କାର୍ଯ୍ୟରତ ମହିଳାମାନେ ଆଜି ଠାରୁ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି l ସରକାର ସେମାନଙ୍କ ଦାବୀ ନମlନିବା ପଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସଭାପତି ସୋନାଲି ନାଥ,ସମ୍ପାଦିକା ରୋବେଦା ବେଗମ୍,ମଧୁସ୍ମିତା ସେନାପତି,ଦେବ ଶ୍ରୀ ଜେନା,କ୍ରିଶ୍ଣସୁରଞ୍ଜିକ ବିନତି ପ୍ରଭା ନାୟକ,ପ୍ରମୁଖ ଯୋଗ ଦେଇ କହିଛନ୍ତି ଦାବୀ ପୂରଣ ନ ହେଲେ ଏଠୁ ଉଠିବୁ ନାହିଁ
4