ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ୍ ସ୍ତରୀୟ "ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ"

ରାୟଗଡ଼ା, 24/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ବ୍ଲକ୍ ଅନ୍ତର୍ଗତ ଚାନ୍ଦିଲି ପଞ୍ଚାୟତ ର ହେ କେ ପୁର ଗ୍ରାମ ରେ“ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ" ସନ୍ଦର୍ଭରେ ଆଜି ଜେମାଦେଇପେନ୍ତଃ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜେ.କେ.ପୁର ୱେଙ୍କଟେଶ୍ୱର କଳ୍ୟାଣ ମଣ୍ଡପରେ ବିଶାଳ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ହୋଇଥିଲା।
Article Image
କାର୍ଯ୍ୟକ୍ରମ କୁ BPM କିଶୋର ପଟ୍ଟନାୟକ, PHEO ସଞ୍ଜୁକ୍ତା ବେହେରା, BDM ପ୍ରଭାତ ବେହୁରା ଓ ଡା. ସୁନିଲ କୁମାର ମହାପାତ୍ର ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ଓ ସମଗ୍ର କାର୍ୟକ୍ରମର ନିରୀକ୍ଷଣ BPHO ସନ୍ତୋଷ କୁମାର ଭୋଗି କରିଥିଲେ; ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ P.K. ସୁବୁଦ୍ଧି, DBM ଲକ୍ଷ୍ମୀଧର ମହାପାତ୍ର, VBDS ସିଦ୍ଧାର୍ଥ ଦାସ ସହ CDPO ମିନାକ୍ଷୀ ଦାସ ଉପସ୍ଥିତ ହୋଇ ନିଜନିଜ କର୍ମଚାରୀମାନଙ୍କୁ ସଚଳ ପରିଚାଳନାରେ ନିୟୋଜିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ର ଉଦ୍‌ଘାଟନ ଜିଲ୍ଲା Adpheo ଶ୍ରୀP.K. ସୁବୁଦ୍ଧିଙ୍କ ହସ୍ତରେ ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମ ରେ ସଂପନ୍ନ ହୋଇଥିଲା ଓ BDO ସୁଜିତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇ ଆସି ଏଥିରେ ଯୋଗଦେଇ କାର୍ୟକ୍ରମକୁ ପ୍ରଶଂସା କରିଥିଲେ। ସାତଜଣ ବିଭାଗୀୟ ବିଶେଷଜ୍ଞ — ଯଥା ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ସ୍ମିତା ରାଣୀ, ମାନସିକ ରୋଗ ବିଶେଷଜ୍ଞ P.K. ସୁବୁଦ୍ଧି, ଅସ୍ଥିରୋଗ ପାଇଁ ଡା. L.K. ସ୍ୱାମୀ, ଶିଶୁରୋଗ ହେତୁ ଡା. M. ସୁମନ, ଯକ୍ଷ୍ମା ରୋଗ ବିଶେଷଜ୍ଞ ଡା. D.K. ଦେବ, ଦନ୍ତ ବିଶେଷଜ୍ଞ ଡା. ରୀତା ରିସିକା ଓ ଚକ୍ଷୁରୋଗ ବିଶେଷଜ୍ଞ ଡା. ସୁରଭି ପ୍ରିୟଦର୍ଶିନୀ ଉକ୍ତ କାର୍ଯ୍ୟକ୍ରମ ରେ ଚିକିତ୍ସା ଦାୟିତ୍ଵ ରେ ରହିଥିଲେ।୫ଟି ଗ୍ରାମପଞ୍ଚାୟତର ଲୋକଙ୍କୁ ନି:ଶୁଲ୍କ ଚିକିତ୍ସା ସୁବିଧା ଯୋଗାଇଦିଆ ଯାଇଥିଲା । 2ଟି MMT ଦଳର ୪ଜଣ AYUSH ଡାକ୍ତର Ugratara High Schoolର ୨୫୦ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରିଥିଲେ ଓ ୩ଜଣ HWF ୭୯ ଛାତ୍ରଛାତ୍ରୀଙ୍କୁ TD ଟୀକାକରଣ କରିଥିଲେ; ୧୬ଟି ବିଭିନ୍ନ ସ୍ୱାସ୍ଥ୍ୟ ଷ୍ଟଲ୍ ଗଠିତ ହୋଇଥିଲା ଏବଂ ତନ୍ମଧ ରୁ ରେଜିଷ୍ଟ୍ରେସନ୍ , ରକ୍ତ ପରୀକ୍ଷା, NCD ଚେକ୍‌ଅପ୍‌, ପୋଷଣ ତଥା ଟୀକାକରଣ ଆଦି ବିଶେଷ ଆକର୍ଷଣ ଥିଲା। IEC ଷ୍ଟଲ୍‌ ଦ୍ଵାରା ଚାଲୁଥିବା ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନା ମାନଙ୍କର ସଚେତନତା ପ୍ରଦର୍ଶନୀ ହୋଇଥିଲା; ସ୍ଥାନୀୟ ଆଶାମାନଙ୍କ ପ୍ରଚେଷ୍ଟାରେ ୩୫୨ ରୋଗୀ ଉକ୍ତ କ୍ୟାମ୍ପ ରେ ଉପସ୍ଥିତ ହୋଇଥିଲେ ଓ ୧୦୨ଟି ରକ୍ତନମୁନା ସଂଗ୍ରହ କରାଗଲ।।୧୭ତାରିଖ ଠାରୁ ଏହି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଆମର ସମ୍ମାନୀୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ଆରମ୍ଭ ହୋଇଥିବା ବେଳେ ଏହି ଅଭିଯାନ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ତେଣୁ ଏକ ଉଦାହରଣ ସ୍ୱରୂପ CHC ଜେମାଡେଇପେନ୍ଥୋରେ ଆଜିର ଏହି ବ୍ଲକ୍ ସ୍ତରୀୟ ପ୍ରସ୍ତୁତି କୁ କାର୍ଯ୍ୟ ରେ ରୂପାନ୍ତରିତ କରାଯାଇଛି।ଚନ୍ଦିଲି, କର୍ଳାକନା, ପେଣ୍ଟା ଓ କୁମ୍ଟିପେଟା ଏହି ୪ଟି ପଞ୍ଚାୟତର ଲୋକମାନେ ବିଶେଷ କରି ନାରୀ ମାନେ ଆଜି ଏହି ସ୍ୱାସ୍ଥ୍ୟ ଶିବିର ରେ ଅନେକ ମାଗଣା ଔଷଧ ପାଇଥିଲେ ଓ ୪୧ ଶିଶୁଙ୍କୁ ଟୀକାକରଣ ମଧ୍ୟ କରାଗଲା। ଏହି କାର୍ୟକ୍ରମରେ CHO, HWM, HWF ସକ୍ରିୟ ଭାଗ ନେଇଥିଲେ, ତେଣୁ BPHO ଶ୍ରୀ ସନ୍ତୋଷ ଭୋଗି ଆଶା କର୍ମୀମାନଙ୍କ ପ୍ରଚେଷ୍ଟାର ପ୍ରଶଂସା କରି ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସଫଳ ସମନ୍ୱୟ ଓ ସହଯୋଗ ପାଇଁ. ଧନ୍ୟବାଦ ଜଣାଇଥିଲେ ।
Article Image
3