କୁଜଙ୍ଗ, 02/11/2024, ଉତ୍କଳ voice news - utkalvoicenews.comକୁଜଙ୍ଗ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମଲ୍ଲାସାହି ପଞ୍ଚାୟତ ତେଣ୍ଟେଇକୁଦ ଗ୍ରାମର ଜଣେ ଦଳିତ ନିଷ୍ପେସିତ ଶ୍ରେଣୀର ଯୁବତୀଙ୍କୁ ଜଣେ ଯୁବକ ଫୋନ୍ ଯୋଗେ ଉଠାଇ ନେବା ଓ ହତ୍ୟା କରିବାକୁ ଧମକ ଦେଇଛନ୍ତି।ଏନେଇ ଯୁବତୀଙ୍କ ପକ୍ଷରୁ ସ୍ଥାନୀୟ କୁଜଙ୍ଗ ଥାନା ଓ ତିର୍ତୋଲ ଥାନାରେ ପୃଥକ ପୃଥକ ଭାବେ ଲିଖିତ ଅଭିଯୋଗ ହୋଇଛି।ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ଥାନା ଅଧୀନ କୁଅଁରଗୋଦେଇ ପଞ୍ଚାୟତ ହାଟସାହି ଗୋଗଣିଆ ଗ୍ରାମର କୂଳିଆ ମଲ୍ଲିକଙ୍କ ପୁଅ ଜୟଦେବ ମଲ୍ଲିକ ୯୧୭୮୪୨୨୦୮୪/୭୭୮୭୮୩୫୧୦୯ ଏହି ନଂରେ ଫୋନ୍ କରି ଅଶୀଳ ଭାଷାରେ ଗାଳିଗୁଲଜ କରି ଉଠାଇ ନେବା ସହ ହତ୍ୟା ଧମକ ଦେଇଛି।ଯାହାକୁ ନେଇ କଲେଜ୍ ପଢୁଆ ଦଳିତ ଯୁବତୀ ଜଣକ ସ୍ଥାନୀୟ କୁଜଙ୍ଗ ଥାନାର ଦ୍ୱାରସ୍ଥ ହୋଇ ଗତ ତା ୨୧,୧୦,୨୪ରିଖରେ କୁଜଙ୍ଗ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିବା ବେଳେ କୁଜଙ୍ଗ ପୋଲିସ୍ ଯୁବତୀଙ୍କ ଅଭିଯୋଗ ଆଧାରରେ ୫୧୫/୨୪ରେ ଏକ ମାମଲା ରଜ୍ଜୁ କରିବା ସହ ଦଫା ୨୯୬,୩୫୧(୩)ରେ ତଦନ୍ତ ଚଳାଇ ଥିବା ବେଳେ ଯୁବତୀଙ୍କୁ ଉଠାଇ ନେବାକୁ ଯୁବକ ଜଣକ ସାଥୀ ମାନଙ୍କ ସହାୟତାରେ ପ୍ରୟାସ କରୁଛି।ଯାହାକୁ ନେଇ ଆଜ ତା ୦୨,୧୧,୨୪ରିଖରେ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ ତିର୍ତ୍ତୋଲ ପୋଲିସ ତଦନ୍ତ ଜାରୀ ରଖିଥିବା ବେଳେ ଅଶୀଳ ଭାଷାରେ ଗାଳିଗୁଲଜ କରୁଥିବା ଓ ହତ୍ୟା ଧମକ ଦେଉଥିବା ଯୁବକ ଜୟଦେବ ମଲ୍ଲିକକୁ ଗିରଫ କରିବା ସହ ଗଣ ମାଧ୍ୟମ ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି ଯୁବତୀ ଜଣକ।
