ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ଅବଧି ସରିବା ପରେ ବି ସରୁନି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା* *ଯନ୍ତ୍ରୀ ଙ୍କ ଭୂମିକାକୁ ନେଇଁ ଉଠିଛି ପ୍ରଶ୍ନବାଚୀ*

ତିର୍ତ୍ତୋଲ, 17/11/2024, ଉତ୍କଳ voice news - utkalvoicenews.comଜଗସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗ୍ରାମ୍ୟ ଉନୟନ ବିଭାଗ ତରଫରୁ ୧୨F (ତିର୍ତ୍ତୋଲ) ଠାରୁ ହସିମନଗର ପଯ୍ୟନ୍ତ ରାସ୍ତା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇ।ଗ୍ରାମ୍ୟ ଉନୟନ ବିଭାଗ ଦ୍ଵାରା ନିଯୁକ୍ତ ଠିକାଦାର ଦେବ ପ୍ରସାଦ ତ୍ରିପାଠୀ ଙ୍କ ନାମରେ କାଯ୍ୟା ଆଦେଶ ରହିଅଛି।ଯାହାର ବେୟଅଟକଳ ୨ କୋଟି ୫୧ ଲକ୍ଷ୍ୟ ୧୫ ହଜାର।ଏହି କାଯ୍ୟ ୨୦୨୨ ଅଗଷ୍ଟ ମାସରେ ଆରମ୍ଭ ହୋଇ ୨୦୨୩ ଜୁନ ମାସ ରେ ଶେଷ ହେବାକଥା।କିନ୍ତୁ କାମ ର ଅବଧି ସରିବାର ୧ବର୍ଷ ରୁ ଉର୍ଦ୍ଧ ହେଲେ ମଧ୍ୟ କାମ ସରିବାର ନାଁ ଧରୁନାହିଁ।ଏଠି ପ୍ରଶ୍ନ ଉଠେ ଦୋଷ କାହାର ଠିକାଦାର ନାଁ ଯନ୍ତ୍ରୀଙ୍କର ?ଏହି ରାସ୍ତା ରେ ଯାତାୟତ ପାଇଁ ୪ଟି ପଞ୍ଚାୟତ ନିର୍ଭର ଶିଳ।ପିମ୍ପଳମାଧମ,ବୋଧେଇ,ଜଗନ୍ନାଥପୁର,ଗୋରଡ଼ ୪ଟି ପଞ୍ଚାୟତର ଅଧିବାସୀଙ୍କର ଭାବାବେଗ କୁ ସନ୍ନମାନ ନଜଣାଇ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ନିଜ ମର୍ଜୀର ମାଲିକ।ଅଧାପନ୍ତରା ରାସ୍ତାରେ ଅନେକ ଲୋକ ପଡି ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ମିଳିଛି।ସେଥି ପାଇଁ ଦାଇ କିଏ ଠିକାଦାର ନାଁ ଯନ୍ତ୍ରୀ ?ଏପରିକି କିଛି ସଚେତନ ଶିଳ ଗ୍ରାମବାସି ଏବିଷୟରେ ଯନ୍ତ୍ରୀ ଓ ଠିକାଦାର କୁ କାମ ବିଷୟରେ ପଚାରିଲେ ମୁଳୁଛି ଧମକ।ଠିକାଦାର ଯୋର ଜବରଦସ୍ତ କେନାଲ ଭିତରେ ମାଟି ତାଡି ପକାଇବା ବେଳେ ଗ୍ରାମବାସି ନାଳ ରୁ ମାଟି ନ ଉଠାଇବା ପାଇଁ କହିଲା ବେଳେ ଠିକାଦାର ର ଲୋକ ଗ୍ରାମବାସି ଙ୍କୁ ଦେଉଛି ଧମକ।ଏ ବାବଦ ରେ ଜଳସେଚନ ବିଭାଗ ର ଯନ୍ତ୍ରୀ ତପନ କୁମାର ସ୍ୱାଇଁ ଙ୍କୁ ପଚାରିବାରୁ ଯନ୍ତ୍ରୀ ମହାଶୟ କହୁଛନ୍ତି ମୁ କଣ କରିପାରିବି ସେତ ଖୋଳୁଛି ଆଉ।ଏଠି ପ୍ରଶ୍ନ ଉଠୁଛି ଯେ କାଯ୍ୟର ଅବଧି ସରିବା ପରେ ବି କେମିତି କାଯ୍ୟ ଚାଲୁ ରହୁଛି।ରାସ୍ତା ର ଓସାର ୧୨ ଫୁଟ ଥିବା ବେଳେ ଦେଖିବାକୁ ମିଳୁଛି ୧୦ ଫୁଟ।ଏ କଥା କଣ ଯନ୍ତ୍ରୀ ମହାଶୟ ଙ୍କ ଆଖିକୁ ଦେଖା ଯାଉନାହିଁ।ନାଁ ଏଥିରେ କିଛି ଭିତିରି କରବାର ଅଛି।ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଅଭୟ କୁମାର ସାମଲ,ଆନନ୍ଦ ପଡିହାରୀ,ପ୍ରଶାନ୍ତ ମହାପାତ୍ର,ସୁରଥ ବିଶ୍ୱାଳ ଓ ରଂଜନ ଓଝା ପ୍ରମୁଖ ଦାବି କରିଛନ୍ତି।
Article Image
Article Image
Article Image
1