ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତାକରଡାରେ ସେବାପକ୍ଷ ଉପଲକ୍ଷେ ରକ୍ତଦାନ ଶିବିର

ବୁଗୁଡ଼ା, 24/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା ପଞ୍ଚାୟତରେ ୨୪ ସେପ୍ଟେମ୍ବର ଠାରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନ ଅବସରରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିର୍ଦ୍ଦେଶକ୍ରମେ ତାକରଡା ସରପଞ୍ଚ ଦିଲ୍ଲୀପ ପ୍ରଧାନଙ୍କ ତତ୍ତ୍ଵାବଧାନରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
Article Image
ଭଞ୍ଜନଗର ବ୍ଳଡବ୍ଯାଙ୍କ ବିପିନ କୁମାର ପାଣିଗ୍ରାହୀ, ଲକ୍ଷ୍ମୀନୃସିଂହ ମାଝୀ, ସନ୍ତୋଷ ନାୟକ,ତେଜଶ୍ବିନି ଦୋରା,ସିମାଞ୍ଚଳ ସେଠୀ ଓ ବୁଗୁଡ଼ା ମେଡିକାଲ ଆୟୁଷ ଡାକ୍ତର ପଦାରବିନ୍ଦ ଷଡ଼ଙ୍ଗୀ,ସୌମ୍ୟ ରଞ୍ଜନ ଦାଶ,ବି ରଜନୀ ପୃଷ୍ଟି ଙ୍କ ଦ୍ବାରା ୩୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବ୍ଳକ ବିଧାୟକ ପ୍ରତିନିଧି ହରିହର ସାହୁ,ସମିତିସଭ୍ଯ ଶ୍ରୀହର୍ଷ ପ୍ରଧାନ,ଏସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ, ମଣ୍ଡଳ ସଭାପତି ସୁନୀଲ ପ୍ରଧାନ, ମଣ୍ଡଳ ସାଧାରଣ ସଂପାଦକ ଚିତ୍ତରଞ୍ଜନ ନାୟକ,ଗଙ୍ଗା ନାୟକ, ଗୌର ହରି ପ୍ରଧାନ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
13