ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏନ୍ଏନ୍ଏସ୍ ର ପ୍ରଶିକ୍ଷଣ ଶିବିର ଓ ଜନ୍ମ ଦିବସ ଅନୁଷ୍ଠିତ

ଏରସମା / ବୋରିକିନା ସ୍ଥିତ ହରିଶପୁର, 24/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ସ୍ଥିତ ହରିଶପୁର ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇଦିନ ଧରି ଅନୁଷ୍ଠିତ ଏନ୍ଏନ୍ଏସ୍ ର ଏକ ଦିବସ ପ୍ରଶିକ୍ଷଣ ଶିବିର ଓ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଲତିକା ଷଡ଼ଙ୍ଗୀ ପୌରାହିତ୍ୟ କରିଥିଲେ । କାର୍ଯ୍ୟକ୍ରମର ଅଫିସର ଚିତ୍ତରଞ୍ଜନ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ପିଲା ମାନଙ୍କୁ ବୁଝାଇଥିଲେ । ୨୩ ତାରିଖରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ୧୦୦ ଛାତ୍ର ମାନଙ୍କୁ ଦେଶ ସେବା, ସମାଜ ସେବା ପାଇଁ ଛାତ୍ର ମାନେ ଅନୁପ୍ରେରିତ ହେବାକୁ ଉପସ୍ଥିତ ଅଧ୍ୟାପକ ମାନେ ଉଦ୍ ବୋଧନ ଦେଇଥିଲେ । ୨୪ ତାରିଖରେ ଅନୁଷ୍ଠିତ ଏନ୍ଏନ୍ଏସ୍ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ମଧ୍ୟ ଅଧ୍ୟକ୍ଷା, ସମସ୍ତ ଅଧ୍ୟାପକ, ପ୍ରୋଗ୍ରାମ ଅଫିସର୍, ଛାତ୍ର ମାନଙ୍କୁ ଏନ୍ଏନ୍ଏସ୍ ସଂସ୍ଥାର ଜନ୍ମ ବୃତ୍ତାନ୍ତ ଓ ଏହାର କାର୍ଯ୍ୟଧାରା ବିଷୟରେ ଉଦ୍ ବୋଧନ ଦେଇଥିଲେ । ଭବିଷ୍ୟତରେ ପିଲାମାନେ ସମାଜ ସେବା କ୍ଷେତ୍ରରେ ଗାନ୍ଧୀ, ଗୋପବନ୍ଧୁ, ମଦର ଟେରେସା ଙ୍କ ପାଦ ଚିହ୍ନକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର ଭୋଳ, ଡଃ. ଅକ୍ଷୟ କୁମାର ଜେନା, ବସନ୍ତ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ବେହେରା, ଦିଲ୍ଲୀପ କୁମାର ମହାନ୍ତି, ଦିଲ୍ଲୀପ କୁମାର ନନ୍ଦ, ବିଘ୍ନରାଜ ନାୟକ, ଶିଶିର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରଥିଲେ । ଅଫିସ୍ କର୍ମଚାରୀ ମାନେ କାର୍ଯ୍ୟକ୍ରମ ସୁପରିଚାଳନାରେ ସକ୍ରିୟ ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ସମସ୍ତ ଛାତ୍ର ଓ କର୍ମଚାରୀ ମାନଙ୍କୁ ଟିଫିନ୍ ପ୍ରଦାନ କରାଯାଇଥିଲା ।
4