ରାହାମା, 25/09/2025, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ମହାନ୍ତି ଙ୍କ ରିପୋର୍ଟ ) :

କଟକ ପାରାଦ୍ୱୀପ ରାଜ୍ୟ ରାଜ ପଥରୁ ଖୋସାଲ ପୁର ରାହାମା ରୁ ଖୋସାଲ ପୁରକୁ ଯିବା ମୁଖ୍ୟ ରାସ୍ତାର ବାମପଟେ ପାଲଟିଛି ଭାରି ଜାନ ମାନଙ୍କର ପାର୍କିଂ ସ୍ଥଳୀ ଯାହାଫଳରେ ୧ବର୍ଷରୁ ଅଧିକ ହେବା OD O5 AK 9072 ଭାରୀଯାନ ଗାଡିଟି ରୋଡ଼ ଉପରେ ରହି ରୋଡ଼ଟିକୁ ଅବରୋଧ କରୁଛି ଯାହା ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ କରିବା କଷ୍ଟ କର ହୋଇ ପଡୁଛି ଉକ୍ତ ବାଟ ଦେଇ ହଂସୁରା, ବାଲିକାଣୀ, କାଠକୋଟ, ପୋରଗଦେଇ, ସାମନ୍ତରାପୁର, କୋଲର ଓ ଅନାନ୍ୟା ପଞ୍ଚାୟତର ଲୋକ ଦୈନିକ ଦଶହଜାରୁ ଲୋକ ଯାତାୟାତ କରିଥାନ୍ତି। ଉକ୍ତ ଅଞ୍ଚଳ ର ସୁବିଧା ରେ ଯାତାୟତ କରିବା ପାଇଁ ନିର୍ମିତ ହୋଇଥିଲା।
ଏହି ରାସ୍ତାଦେଇ କାଠ କୋଠ ପଞ୍ଚାୟତ ରେ ସରକାର ଙ୍କ ଦ୍ୱାରା ନିଲାମ ବାଲିଘାଟ ଥିବା ଯୋଗୁଁ ଶହ ଶହ ସଂଖ୍ୟାରେ ଚାଲିଥାଏ,ଲକ୍ଷ୍ମୀ ବସ, ସ୍କୁଲ ବସ, ଟ୍ରାକ୍ଟର, ଅଟୋ,ଜରୁରୀ କାଳୀନ ସେବା କ୍ଷୀର ଗାଡି, ପାଦ ଚଲା ଲୋକ ଯିବା ଆସିବା କରିଥାନ୍ତି । ଯାହା କଟକ ପାରାଦ୍ୱୀପ ମୁଖ୍ୟ ରାସ୍ତାରୁ ରାହାମା ରୁ ଖୋସାଲ ପୁର ଯିବା ରାସ୍ତାର ୧୦୦ମିଟର ଗଲେ ଭାରୀଯାନ ଗୁଡିକ ର ରହିବାର ଆଖଡ଼ା ଶାଳା ପାଲଟିଛି। ରାସ୍ତା ମରାମତି ହୋଇଥିବା ବେଳେ ଉକ୍ତ ଭାରୀଯାନ ଗାଡି ରହିବା ସ୍ଥଳରେ ରାସ୍ତା ମରା ମତି ନହୋଇ ପଡି ରହିଛି। ଉକ୍ତ ରାସ୍ତା କାମ କୁ ନକରି ଠିକାଦାର ବିଲ କରି ନେଇ ଥିବା ବେଳେ ରୋଡ଼ ଉପରେ କାହା ନିର୍ଦେଶ ରେ ବର୍ଷ ବର୍ଷ ଧରି ଗାଡିଟି ପଡ଼ିରହିଛି? ଆଗକୁ ପର୍ବ ପର୍ବାଣି ଆସୁଥିବା ଯାହାଫଳରେ ରାସ୍ତା ଜାମ ହେବ। ତେଣୁ ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ହସ୍ତକ୍ଷେପ କରି ରାସ୍ତା ଉପରେ ଅବରୋଧ କରିଥିବା ଗାଡି କୁ ଅନ୍ୟତ୍ର ହଟାଇବା ପାଇଁ ଜନ ସାଧାରଣ ଓ ବୁଦ୍ଧି ଜିବୀ ମାନେ ଦାବି କରିଛନ୍ତି।
