ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଲ୍ଲୀକଣ୍ଟା ପଂଚାୟତ ରେ ଜୈବ ବିବିଧତା ପରିଚାଳନା କମିଟି ଅନୁଷ୍ଠିତ।

ଏରସମା / ପଲ୍ଲୀକଣ୍ଟା ପଂଚାୟତ, 25/09/2025, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ପଂଚାୟତ ରେ ଆଜି ସକାଳ ତା ୨୫/୦୯/୨୦୨୫ (ଗୁରୁବାର), ୮:୩୦ ମିନିଟରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ପରିବେଶ ଧର୍ମୀ ଅନୁଷ୍ଠାନ action for protection of wild animals (APOWA) ତରଫରୁ ଏକ ବୈଠକ ଅନଷ୍ଠିତ ହୋଇଥିଲା।action for protection of wild animals (APOWA) ର ସଂଯୋଜକ ପ୍ରିୟ ରଂଜନ କୁଣ୍ଡୁ ଉପସ୍ଥିତ ଥିଲେ। ସରପଞ୍ଚ ଶ୍ରୀମତୀ ରଶ୍ମିତା ସ୍ୱାଇଁଙ୍କ ସଭାପତିତ୍ବ ରେ ଉକ୍ତ ବୈଠକରେ ପଞ୍ଚାୟତ ର ମାନି, ଗୁଣୀ ଲୋକମାନେ ଉପସ୍ଥିତ ଥିଲେ।ଉକ୍ତ ବୈଠକରେ ୧୦ ଜଣ ମେମ୍ବରଙ୍କୁ ଜୈବ ବିବିଧତା ପରିଚାଳନା କମିଟି ରେ ରହିବେ ବୋଲି ସ୍ଥିର କରାଗଲା।ଉକ୍ତ କମିଟିରେ ଫରେଷ୍ଟରଙ୍କ ସହିତ ପଞ୍ଚାୟତରୁ ୯ ଜଣ ମେମ୍ବର ଙ୍କୁ ନେଇ କମିଟି ଗଠନ କରାଯାଇଥିଲା।ଉକ୍ତ ୯ ଜଣଙ୍କ ମଧ୍ୟରୁ ଦିବକାର ବେହେରାଙ୍କୁ ଚେୟାର ମ୍ୟାନ ଭାବେ ସ୍ଥିର କରାଯାଇଥିଲା। ଦିବାକର ବେହେରାଙ୍କୁ କମିଟିର ସମସ୍ତ ସଦସ୍ୟ ସ୍ବାଗତ କରିଥିଲେ।ସମସ୍ତ ସଦସ୍ୟ/ସଦସ୍ୟା ଙ୍କ ସହମତି କ୍ରମେ ଜୈବ ବିବିଧତା ଆଇନ୍ ୨୦୦୨/ସଂଶୋଧିତ ୨୦୨୩ ଧାରା ୪୧(୧) ଏବଂ ଜୈବ ବିବିଧତା ନିୟମ ୨୦୦୪ ର ନିୟମ ୨୨ ଏବଂ ଓଡ଼ିଶା ଜୈବ ବିବିଧତା ନିୟମ ୨୦୧୨ ର ୨୧ ଅଧୀନରେ ପାଞ୍ଚ ବର୍ଷ ପାଇଁ କିମ୍ବା ପୁନର୍ଗଠନ ନ ହେବା ପର୍ଯ୍ୟନ୍ତ ଏହି ଜୈବ ବିବିଧତା ପରିଚାଳନା କମିଟି କାର୍ଯ୍ୟ କାରି ହେବ ବୋଲି ସ୍ଥିର କରାଯାଇଥିଲା।ସଭା ଶେଷରେ ସରପଞ୍ଚ ଶ୍ରୀମତି ରଶ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ।
Article Image
7