ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋଲନରା ବ୍ଳକ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ

କୋଲନରା / ରାୟଗଡ଼ା , 25/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଏକ ବୈଠକ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭା ଗ୍ରୁହ ଠାରେ ଅନୁଷ୍ଠିତ ହୋଇଯାଇଛି। କୋଲନରା ବ୍ଳକ ସମ୍ପାଦିକା ଶ୍ରୀମତୀ ସୁବାସିନୀ ପିଡିପାଙ୍କ ନେତୃତ୍ବରେ ଆଶା କର୍ମୀ ସଂଘର ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ହୀଆଲ ଏବଂ କୋଷାଧ୍ୟକ୍ଷ ଶ୍ରୀମତୀ ପୁଷ୍ପାଞ୍ଜଳି ବେହୁରାଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ଲେଙ୍କା, ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , ଆଶା କର୍ମୀ ସଂଘର ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ମମତା ବିଶ୍ଵାଳ , ବିଦ୍ୟୁତ କର୍ମଚାରୀ ସଂଘର ଶ୍ରୀ ଆନନ୍ଦ ରାଓ , କୃଷି ଗ୍ରାମିଣ ମଜଦୂର ସଂଘର ଶ୍ରୀ ସୁନ୍ଦର ରାଓ କାଡରାକା, ପର୍ଯ୍ୟବରଣ ମଞ୍ଚ ସହ ସଂଯୋଜକ ରମେଶ ହିମିରିକା ଯୋଗ ଦେଇ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ଏବଂ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା କୁ ସଫଳ କରିବା ରେ ମୂଖ୍ୟ ଭୂମିକା ନେଉଥିବା ଆଶା କର୍ମୀ ମାନଙ୍କ ଦୀର୍ଘ ଦିନର ବିଭିନ୍ନ ଦାବିକୁ ନେଇ ଆଲୋଚନା କରାଯାଇ ନୂତନ ସରକାରଙ୍କ ଠାରେ ଦାବି କରି ସମାଧାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଆଶା କର୍ମୀ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ଯୋଗାଇଦେବା ଉପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ବ୍ଳକର ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା । ନୂତନ କର୍ମ କର୍ତ୍ତା ଭାବେ ସଭାନେତ୍ରୀ ସୁବାସିନୀ ପିରିପାକା , ଉପ ସଭାନେତ୍ରୀ ବିନୋଜିନୀ ପ୍ରଧାନି , ସାବିତ୍ରୀ ପିରିପାକା , ପ୍ରସାନ୍ତି କାଡରାକା , ସୁଧେଷ୍ଟା ମାଣ୍ଡାଙ୍ଗି , ସମ୍ପାଦିକା ପାଳଙ୍ଗ ପିଡିସିକା , ସହ ସମ୍ପାଦିକା ହିରାମଣି ହୁଇକା , ସଂଗଠନ ସମ୍ପାଦିକା ଏଙ୍କା କଣ୍ଡାଗରି , କୋଷାଧ୍ୟକ୍ଷ ଭାବେ ଆଦିମାଇ ହିମିରିକାଙ୍କୁ ଚୟନ କରାଯାଇଥିଲା। ଉକ୍ତ ବୈଠକରେ କୋଲନରା ବ୍ଳକର ସମସ୍ତ ଆଶା କର୍ମୀ ମାନେ ଯୋଗ ଦେଇଥିଲେ ।
5