ପାରାଦୀପ ଗଡ , 25/09/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଜେପି ନେତା ଆଡଭୋକେଟ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ସର୍ବ ପ୍ରଥମେ ବିଶିଷ୍ଟ ରାଷ୍ଟ୍ରବାଦି ଜନ ନାୟକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ତୈଳ ଚିତ୍ର ଉପରେ ପୁପ୍ସଗୁଛ ଅର୍ପଣ କରାଯାଇ ପ୍ରଦ୍ଵିପ ପ୍ରଜ୍ଜ୍ୱଳନ କରାଯାଇଥିଲା l
ପରେ ଏକ ସ୍ବତନ୍ତ୍ର ସଭାରେ ଆଡଭୋକେଟେ ଶ୍ରୀ ବେହେରା ପଣ୍ତିତ ଦିନଦୟାଲ୍ ଉପାଧ୍ୟାୟ ଙ୍କ ଜୀବନୀ ଉପରେ ବକ୍ତଵ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ପ୍ରମୁଖ ଅଲେଖ ମହାରଥା, ସମ୍ପାଦକ ଜୟନ୍ତ ସେନାପତି, ଚନ୍ଦ୍ର ଶେଖର ଚୌଧୁରୀ, ଦେବ ଦୁର୍ଲ୍ଲଭ କର, ରାଜେନ୍ଦ୍ର ବେହେରା, ତ୍ରିଲୋଚନ ସ୍ବାଇଁ, ଅନନ୍ତ ବିଶ୍ବାଳ, ଶୁକଦେବ ତରାଇ, ରମେଶ ବେହେରା, ସୁଭସ୍ମିତା ମଙ୍ଗରାଜ ପ୍ରମୁଖ ଯୋଗଦେଇ ଦିନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଉପରେ ବକ୍ତବ୍ୟ ରଖିଥିଲେ l