ଯାଜପୁର, 25/09/2025, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ଯାଜପୁର ଜିଲ୍ଲା ବଡଚଣା ବ୍ଲକର ଛତିଆ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାନଗର ପଟଣାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ୧୯ ତମ ଜନ୍ମୋତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳୁ ମହାସ୍ନାନ, ସୁର୍ଯ୍ୟ ପୂଜା,ନବଗ୍ରହ ପୂଜା , ଚଣ୍ଡୀ ପାଠ ପର୍ଯ୍ୟନ୍ତ ସମସ୍ତ ପୂଜା ରିତିନୀତି ପ୍ରକାରେ ସମ୍ପନ୍ନ ହୋଇଥିଲା। ବରିଷ୍ଠ ପୂଜକ ତରୁଣ ତପନ ତ୍ରିପାଠୀ , ତ୍ରିପୁରୀ ତ୍ରିପାଠୀ ପ୍ରମୁଖଙ୍କ ଉକ୍ତ କାର୍ଯ୍ୟ କରିଥିଲେ । କର୍ତ୍ତା ଓ କର୍ତ୍ତୀ ଭାବେ ହୃଷିକେଶ ନାଥ ଓ ସ୍ବପ୍ନ ପ୍ରଭା ନାଥ ସପତ୍ନୀକ ବସିଥିଲେ। ଇତ୍ଯ ଅବସରେ ଆଧ୍ଯାତ୍ମିକ ମୟ ପରିବେଶ ସୃଷ୍ଟି ହୋଇଥିଲା। ଭକ୍ତ ଗଣ ଯୋଗଦେଇ ମାତୃ କୃପା ଲାଭ କରିଥିଲେ। ପ୍ରସାଦ ସେବନର ବ୍ଯବସ୍ଥା ହୋଇଥିଲା। ମନ୍ଦିର ପରିଚାଳନା କମିଟିର ସକ୍ରିୟ ସଦସ୍ୟଙ୍କ ସହିତ ଯୁବକ ଓ ଗ୍ରାମବାସୀ ମାନେ ଏଥିରେ ସହଯୋଗ କରିଥିଲେ ସହଯୋଗ କରିଥିଲେ।