ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟିକିରିକୁ ବ୍ଳକ ଘୋଷଣା ଦାବି

ରାୟଗଡ଼ା / କାଶୀପୁର ବ୍ଲକ, 26/09/2025, ଉତ୍କଳ voice news - utkalvoicenews.com( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
କାଶୀପୁର ବ୍ଲକର
Article Image
ଟିକିରି ଅଞ୍ଚଳକୁ ବ୍ଲକ ମାନ୍ୟତା ଦାବିରେ ୧୬ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବ୍ଲକ ପୁନର୍ଗଠନ ବେଳେଏହାକୁ ଅଗ୍ରାଧିକାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।
Article Image
ପୂର୍ବତନ ବିଧାୟକ ବିଭୀଷଣ ମାଝୀଙ୍କ ନେତୃତ୍ବରେ ସର୍ବଦଳୀୟ ପ୍ରତିନିଧିମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ସହାୟତା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ କାଶୀପୁର ବ୍ଲକରେ ୨୪ ପଞ୍ଚାୟତରେ ପ୍ରାୟ ଦେଢ଼ ଲକ୍ଷ ଜନସଂଖ୍ୟା ରହିଛି। ବ୍ଳକର ଅଧିକାଂଶ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ରହିଥିବା ବେଳେ ଗ୍ରାମପଞ୍ଚାୟତ ଠାରୁ ୨୫ରୁ ୪୦ କିଲୋମିଟର ଦୂରରେ ରହିଛି ବ୍ଳକ ସଦର ମହକୁମା।ପ୍ରଶାସନିକ ସୁବିଧା ଦୃଷ୍ଟିରୁ କାଶୀପୁର ବ୍ଲକକୁ ବିଭାଜନ କରି ଟିକିରିରେ ନୂତନ ବ୍ଲକ ଗଠନ ପାଇଁ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ଟିକିରି ପଞ୍ଚାୟତ ସହିତ କୋଡ଼ିପାରି, ଡଙ୍ଗାସିଲ, କୁଚେଇପଦର,ହାଡ଼ିଗୁଡ଼ା, ପୋଡ଼ାପାଡ଼ି, ବାଙ୍କୀମ୍ବ, ନକଟିଗୁଡ଼ା,ଶଙ୍କରଡ଼ା, ହୁଡୁକାବାହାଲ ଏବଂ ଗୋରଖପୁର ପଞ୍ଚାୟତର କିଛି ଅଂଶକୁ ମିଶାଇ ଟିକିରିରେ ବ୍ଲକ ଗଠନ ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ସହିତ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଶିଳ୍ପାଞ୍ଚଳରେ ରହିଥିବା ଟିକିରିରେ ଚାରୋଟି ସରକାରୀ ଓ ବେସରକାରୀ ହାଇସ୍କୁଲ, ଯୁକ୍ତ ଦୁଇ କଲେଜ, ପୁଲିସ ଥାନା, ଫରେଷ୍ଟ ରେଞ୍ଜ ଅଫିସ, ରେଳ ଷ୍ଟେସନ, ତିନିରୁ ଅଧିକ ରାଷ୍ଟ୍ରାୟତ ବ୍ୟାଙ୍କ ସହିତ ଅନ୍ୟ କାର୍ଯ୍ୟାଳୟ ରହିଛି। ରାୟଗଡ଼ା ଜିଲ୍ଲା ପୁନର୍ଗଠନ ସମୟରେ ତତ୍କାଳୀନ ସରକାର ଟିକିରି ପଞ୍ଚାୟତକୁ ବ୍ଲକ ମାନ୍ୟତା ଦେବା ନେଇ ୧୯୯୩ ମସିହାରେ ତତ୍କାଳୀନ ତହସିଲଦାର ତ୍ରିନାଥ ନାହାକଙ୍କ ତତ୍ତ୍ବାବଧାନରେ ପ୍ରସ୍ତାବିତ ଟିକିରି ବ୍ଲକର ଏକ ନକ୍ସା ପ୍ରସ୍ତୁତ କରାଯାଇଥିଲା। ଏହିସବୁ ଦୃଷ୍ଟିକୋଣରୁ ଟିକିରି ପଞ୍ଚାୟତକୁ ବ୍ଲକ ମାନ୍ୟତା ନେଇ ଦାବି କରିବା ଯଥାର୍ଥ ବୋଲି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନିକଟରେ ଦାବି କରିଥିଲେ। ଟିକିରିରେ ପ୍ରସ୍ତାବିତ ନୂତନ ବ୍ଲକ ଗଠନ ହେଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଏହି ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିନୋଦ ନାଏକ, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ପୂର୍ବତନ ସରପଞ୍ଚ ସାନ୍ଧୁଚରଣ ମାଝୀ, ପାତଡ଼ି ମାଝୀ, ଗଣେଶ ସାଉନ୍ତା, ଆଇନଜୀବୀ ଉପେନ୍ଦ୍ର ମାଝୀ, ଆଦିବାସୀ ସମାଜର ବ୍ଲକ ସଭାପତି ଶିବ ମାଝୀ, ରାମନାଥ ମାଝୀ ଉପସ୍ଥିତ ଥିଲେ।
7