କୁଜଙ୍ଗ, 26/01/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲାର ଜିଲ୍ଲା ସମ୍ପାଦକ ଅଜୟ କୁମାର ବେହେରା ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବାର୍ତ୍ତା ପ୍ରଦାନ କରିଥିଲେ। ଦେଶ ଉପରେ କହିଥିଲେ କି ଏହି ସାଧାରଣ ଲୋକଙ୍କ ପାଇଁ ଯେଉଁ ସମ୍ବିଧାନ ତିଆରି ହୋଇଛି ଭିମ୍ ରାଓ ଆମ୍ବେଦକର ଯେଉଁ ସମ୍ବିଧାନ ତିଆରି କରିଛନ୍ତି ପ୍ରତେକ ନାଗରିକ ଆଜି ଏହି ପତାକା ତଳେ ଶପଥ ନେବା , ନିଜ ଦେଶକୁ ତଥା ରାଜ୍ୟକୁ ମହାନ କରି ଗଢି ତୋଳିବା।
ଏହା ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରି ସଦସ୍ୟ ଓ ଜୋନ୍ ସମ୍ପାଦିକା ଜିନ୍ମୟୀ ସାହାଣୀ ନିଜର ବକ୍ତବ୍ୟ ରଖି କହିଥିଲେ କି ଆଜି ୭୬ ତମ ସାଧାରଣତନ୍ତ୍ର ଦିବସରେ ସାରା ଭାରତ ବର୍ଷରେ ପତାକା ଉତ୍ତୋଳନ କରୁଥିବା ବେଳେ ଆଜି ମଧ୍ୟ ଲୋକମାନେ ପରାଧୀନ , ଡ଼ଃ ଭୀମରାଓ ଆମ୍ବେଦକର ଭାରତକୁ ରକ୍ଷା କରିବା ପାଇଁ ଭାରତ ବର୍ଷର ମଣିଷ ମାନଙ୍କୁ ମୁଣ୍ଡ ଟେକି ବାଟ ଚାଲିବା ପାଇଁ ଯେଉଁ ସମ୍ବିଧାନ ପ୍ରସ୍ତୁତ କଲେ ଆଜି ସେ ସମ୍ବିଧାନକୁ ହତ୍ୟା କରାଯାଉଛି। ଆଜି ଏହି ମହାନ ଦିନରେ ଶପଥ ନେବା , ନିଜ ଦେଶକୁ ତଥା ରାଜ୍ୟକୁ ମହାନ କରି ଗଢି ତୋଳିବା।