ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୁର୍ଗାପୂଜା ପାଇଁ ବୁଗୁଡ଼ାରେ ପ୍ରସ୍ତୁତି ଜୋରଦାର

ବୁଗୁଡ଼ା, 26/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଶାରଦୀୟ ଦୁର୍ଗାପୂଜା ପାଇଁ ବୁଗୁଡ଼ା ସହରରେ ଏବେ ଉତ୍ସାହର ମାହୋଲ। ମା’ ଦୁର୍ଗାଙ୍କ ଆଗମନ ପୂର୍ବରୁ ସବୁଆଡ଼େ ଜୋରଦାର ପ୍ରସ୍ତୁତି ଚାଲିଛି। ପୂଜା କମିଟିଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ମା'ଙ୍କୁ ସ୍ୱାଗତ କରିବା ପାଇଁ ବ୍ୟସ୍ତ।ବୁଗୁଡ଼ାର ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ମୂର୍ତ୍ତି କାରିଗର ମାନେ ଦିନରାତି ଏକ କରି ମା' ଦୁର୍ଗା ଙ୍କ ମୂର୍ତ୍ତି ନିର୍ମାଣ ଲାଗିଛନ୍ତି। ମା' ଦୁର୍ଗାଙ୍କ ସହିତ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଏବଂ କାର୍ତ୍ତିକଙ୍କ ମନଲୋଭା ମୂର୍ତ୍ତି ତିଆରି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଚଳିତ ବର୍ଷ କିଛି ମଣ୍ଡପରେ ଭିନ୍ନ ଧରଣର ତୋରଣ ସଜାଯାଇଥିବା ଦେଖିବାକୁ ମିଳିଛି। ବଜାରରେ ବେପାରୀ ଓ ଗ୍ରାହକଙ୍କ ଭିଡ଼ ଦୁର୍ଗାପୂଜାକୁ ଆଖି ଆଗରେ ରଖି ବୁଗୁଡ଼ା ବଜାର ଏବେ ଚଳଚଞ୍ଚଳ ହୋଇଉଠିଛି।ଦୋକାନଗୁଡ଼ିକରେ ପୂଜା ସାମଗ୍ରୀ, ପୋଷାକ, ଘର ସଜ୍ଜା ଜିନିଷ ଏବଂ ଖାଦ୍ୟପେୟର ବ୍ୟବସାୟ ବଢ଼ିବାରେ ଲାଗିଛି। ଲୋକମାନେ ନିଜ ପରିବାର ଓ ସାଙ୍ଗସାଥୀଙ୍କ ପାଇଁ ନୂଆ ପୋଷାକ କିଣିବା ପାଇଁ ବଜାରରେ ଭିଡ଼ ଜମାଉଛନ୍ତି। ବିଶେଷ କରି ସନ୍ଧ୍ୟା ସମୟରେ ବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି।ମା'ଙ୍କ ଆଗମନ ପାଇଁ ସମଗ୍ର ବୁଗୁଡ଼ା ସହରରେ ଏକ ଆଧ୍ୟାତ୍ମିକ ଏବଂ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଆଗାମୀ କିଛି ଦିନ ମଧ୍ୟରେ ଏହି ଉତ୍ସାହ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।
6