ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ୱଜିତ୍ ସେଠୀଙ୍କ ପକ୍ଷରୁ ନୂତନ ଡ୍ରେସ୍ ଓ ଚର୍ମ ଔଷଧ ବଣ୍ଟନ।

ଢ଼େଙ୍କାନାଳ, 26/09/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
କିଛି ପୁରୁଣା ବସ୍ତ୍ର ବଣ୍ଟନ କରିବାକୁ ଯାଇ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟ ସୌମ୍ୟା ମିଶ୍ର ଓ ଗୁଡ଼ି ଶତପଥୀଙ୍କ ନଜର ପଡ଼ିଲା ଏକ ଯାଯାବର ପିଲା ଯାହା ମୁଣ୍ଡ ସାରା ଘା ହୋଇଯାଇଥିଲା।4 ମାସର ଶିଶୁକୁ ଏହିଭଳି ଅବସ୍ଥାରେ ଦେଖି ସଂଘର ସଦସ୍ୟ ଗଣ ଭାରି ଚିନ୍ତା ପ୍ରକଟ କରି ଏହି ବିଷୟରେ କାମାକ୍ଷା ନଗର ସମାଜସେବୀ ବିଶ୍ୱଜିତ୍ ସେଠୀଙ୍କୁ ଜଣାଇଥିଲେ।ଏହାପରେ ସଙ୍ଗେ ସଙ୍ଗେ ସେ ଆର୍ଥିକ ସାହାଯ୍ୟ କରିଥିଲେ। ଢେ଼ଙ୍କାନାଳର ଚର୍ମ ବିଶେଷଜ୍ଞ ଙ୍କୁ ଦେଖାଇ ଔଷଧ ନେଇଥିଲେ ଓ କିଛି ନୂତନ ବସ୍ତ୍ର ମଧ୍ୟ ପ୍ରଦାନ କରିଥିଲେ। ସାମାଜିକ ସାଂସ୍କୃତିକ ବିକାଶ ସଂଘର ସବୁବେଳେ ପ୍ରୟାସ ରହି ଆସିଛି ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ କିଭଳି ଲୋକଙ୍କ ପାଖରେ ସରକାରୀ ସାହାଯ୍ୟ ପହଞ୍ଚିବ ଓ ନିଜେ ମଧ୍ୟ ବେସରକାରୀ ସ୍ତରରେ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସେ ଲୋକଙ୍କ ପାଖରେ ସୁବିଧା ପହଞ୍ଚାନ୍ତି।ସଂଘର ସଦସ୍ୟ ସୌମ୍ୟା ମିଶ୍ର କୁହନ୍ତି ଭଗବାନଙ୍କ ଆଶୀର୍ବାଦ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ସେ ଏହିଭଳି କାର୍ଯ୍ୟ କରନ୍ତି।କୌଣସି ଶ୍ରେୟ ନିଜକୁ ନ ଦେଇ ସାହାଯ୍ୟ କରୁଥିବା ଲୋକଙ୍କୁ ଦିଅନ୍ତି।
16