ଯାଜପୁର, 26/09/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ଯାଜପୁର ଜିଲ୍ଲାର ବୈରୀ ଅଞ୍ଚଳରେ ପୁଣିଥରେ ମଣିଷ-ହାତୀ ସଂଘର୍ଷର ଛାୟା ଦେଖାଦେଇଛି। ବୈରୀ ପୂର୍ବତଟ ରେଳବାଇ ଠାରୁ ଡାଲମିଆ ଭାରତ ସିମେଣ୍ଟ କାରଖାନା ପର୍ଯ୍ୟନ୍ତ ମାଲ ପରିବହନ ନିମନ୍ତେ କିଛି ବର୍ଷ ପୂର୍ବରୁ ଗୋଟିଏ ରେଳ ଲାଇନ ବ୍ୟକ୍ତିଗତ ଭାବେ ନେଇଅଛି।ସେହି ରେଳ ଲାଇନ ଜଙ୍ଗଲ ମଧ୍ୟରେ ଯାଇଥିବାରୁ ହାତୀମାନଙ୍କ ପ୍ରାଚୀନ ଚଲାପଥ କୁ ବାଧାପ୍ରାପ୍ତ କରୁଛି।
ଏହାକୁ ଦୃଷ୍ଟିରେ ରଖି, ବନବିଭାଗଙ୍କ ପରାମର୍ଶରେ ଝାଟିଆପଡ଼ା ନିକଟରେ ଏକ ସ୍ୱତନ୍ତ୍ର ହାତୀ ଚାଳପଥ ପ୍ରସ୍ତୁତ କରାଗଲା। ସେହିପରି, କିଛି ବର୍ଷ ଧରି ଏହି ବିକଳ୍ପ ଚଲାପଥ ଦ୍ୱାରା ହାତୀମାନେ ସୁବିଧାରେ ଆସି-ଯାଉଥିଲେ।କିନ୍ତୁ ଗତ କିଛି ଦିନ ଧରି ସେହି ରାସ୍ତାକୁ ଅନ୍ୟ ଏକ ସିମେଣ୍ଟ କମ୍ପାନୀ ନୂତନ ପ୍ରକଳ୍ପ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି। କମ୍ପାନୀର ଭାରୀ ଯାନବାହାନ ଦିନ-ରାତି ଚଳାଚଳ କରୁଥିବାରୁ ଏହି ସ୍ୱତନ୍ତ୍ର ହାତୀ ପଥ ବର୍ତ୍ତମାନ ପ୍ରାୟତଃ ବନ୍ଦ ହୋଇଯାଇଛି।
ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁସାରେ, ହାତୀମାନେ ଯାନବାହାନ ର ଚଳାଚଳ ଯୋଗୁ ସେହି ରାସ୍ତା ରେ ଯିବା ଆସିବାରେ ଭୟ କରୁଛନ୍ତି। ଫଳରେ, ସେମାନେ ବିକଳ୍ପ ପଥ ଖୋଜୁଥିବାରୁ ଗ୍ରାମ ଅଞ୍ଚଳ ମଧ୍ୟରେ ପ୍ରବେଶ କରିବାର ସମ୍ଭାବନା ବଢ଼ିଛି। ଯେଉଁଥିପାଇଁ
ମଣିଷ-ହାତୀ ସଂଘର୍ଷ, ଫସଲ ନଷ୍ଟ ଓ ଜନଜୀବନ ହାନି ବଢ଼ୁଥିବାକୁ ଆଶଙ୍କା ଦେଖାଦେଇଛି।ପରିବେଶ ପ୍ରେମୀମାନେ ମତାମତ ରେ ବର୍ଷରୁ ବର୍ଷ ଧରି ହାତୀମାନଙ୍କ ପାଇଁ ଏହି ପଥ ସୁରକ୍ଷିତ ରହିଥିଲା। ଯଦି ସମ୍ପ୍ରତିକ ସମସ୍ୟାକୁ ଅବହେଳା କରାଯାଏ, ତେବେ ଗୋଟିଏ ଗୁରୁତର ପରିବେଶୀୟ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି।ବନବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏହି ବିଷୟରେ ତୁରନ୍ତ ଦୁଷ୍ଟି ଦିଅନ୍ତୁ।