ରାହାମା / ସାଇଲୋ, 26/09/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
ପି. ଏମ. ଶ୍ରୀ. ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ସାଇଲୋ ରାହାମାରେ ଗତ ତା ୨୫.୦୯.୨୦୨୫ ରିଖ ସନ୍ଧ୍ୟା ୬ ଘଟିକାରେ ହିନ୍ଦୀ ପଖୱାଡ଼ା କାର୍ଯକ୍ରମ ର ସମାପନ ସମାରୋହ ଯଥାବିଧି ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ଜଗତସିଂହପୁର ଲୋକସଭା ସାଂସଦଙ୍କ ପ୍ରିତିନିଧିଭାବେ ଶ୍ରୀ ବିବେକାନନ୍ଦ ହୋତା ମୁଖ୍ୟ ଅତିଥିରୁପେ ଯୋଗଦେଇଥିଲେ।

ତାଙ୍କ ସହ ଏମ. ଏସ. ଏମ .ଇ ର ରାଜ୍ୟ ଶାଖା ଭୁବନେଶ୍ଵରର ଉପସଭାପତି ଶ୍ରୀ ପ୍ରସନ୍ନ କୁମାର ପରିଡ଼ା ଏବଂ ସ୍ଥାନୀୟ ସମାଜସେବୀ ଡକ୍ଟର ସୁନାକର ବେହେରା ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଗଣ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଦେବାସହ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।ତତ୍ ପଶ୍ଚାତ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଅଙ୍ଗ ବସ୍ତ୍ର ଦେଇ ସମ୍ମାନୀତ କରିଥିଲେ ଏବଂସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା ଏବଂ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯେଉଁଥିରେ ସମୂହ ନୃତ୍ୟ ଏବଂ ବଂଶୀବାଦନ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା।ବିଦ୍ୟାଳୟର ଶିକ୍ଷିକା ଶ୍ରୀମତୀ ପ୍ରମିଳା କୁମାରୀ ସାହୁ ହିନ୍ଦୀ ପଖୱାଡା ସମ୍ବନ୍ଧୀୟ ଏକ ସ୍ବରଚିତ କବିତା ପାଠ କରିଥିଲେ।କାର୍ଯ୍ୟକ୍ରମର ମଧ୍ୟ ଭାଗରେ ହିନ୍ଦୀ ପଖୱାଡ଼ା ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ର ବର୍ଣ୍ଣନ, ଅନୁବାଦ, ସ୍ବରଚିତ କବିତା, ଶୃତ ଲିଖନ, ଦୋହାଗାୟନ, ଶୁଲେଖ, ଭାଷଣ ଏବଂ ହିନ୍ଦୀ ସାମାନ୍ୟ ଜ୍ଞାନ ଇତ୍ୟାଦି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ତଥା କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଙ୍କ କର କମଳରେ ମାନପତ୍ର ଏବଂ ପୁରଷ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷଭାଗରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ହିନ୍ଦୀ ର ମହତ୍ତ୍ଵ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀ ମାନଙ୍କୁ ଆଶ୍ରୀବଚନ ପ୍ରଦାନ କରିଥିଲେ।ଉକ୍ତ ପରିପ୍ରେକ୍ଷୀରେ ତାଙ୍କର ବାର୍ତ୍ତା ଥିଲା ହିନ୍ଦୀକୁ ପ୍ରାଧାନ୍ୟ ନ ଦେଲେ ଦେଶ ଜାତି ଦୃବଳ ହୋଇଯିବ କାରଣ ହିନ୍ଦୀ ଏପରି ଏକ ଭାଷା ଯାହା ସମଗ୍ର ଦେଶକୁ ଏକ ସୂତ୍ରରେ
ବାନ୍ଧି ରଖିପାରେ।ସମ୍ମାନୀତ ଅତିଥି ଶ୍ରୀ ପରିଡ଼ା ମହୋଦୟ ତାଙ୍କ ସ୍ୱଳ୍ପ ବକ୍ତବ୍ୟର ମଧ୍ୟ ଭାଗରେ ଏକ ଚେତନା ଧର୍ମି କବିତା ଆବୃତ୍ତି କରିଥିଲେ ଯାହାର ସାରମର୍ମ ଥିଲା, ଭାରତ ଭୂମିର ସମସ୍ତ ବାଳା ଦେବୀ ଏବଂ ସମସ୍ତ ବାଳକ ରାମ, ସବୁ ଗ୍ରାମର ମାଟି ଚନ୍ଦନ ଏବଂ ସବୁ ଗ୍ରାମ ତପୋବନ ସମାନ। ସମ୍ମାନୀତ ଅତିଥି ଡକ୍ଟର ସୁନାକର ବେହେରା ମହୋଦୟ ତାଙ୍କର ଅଭିଭାଷଣରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ହିନ୍ଦୀ ହିନ୍ଦୁସ୍ଥାନ ର ଗୁଣଗାନ କରିଥିଲେ ଏବଂ ନବରାତ୍ରର ଶୁଭେଚ୍ଛା ଦେଇ ଦେଶ ଗଠନରେ ଛାତ୍ରଛାତ୍ର ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ସର୍ବଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୀମାଞ୍ଚଳ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଆ ଅଧ୍ୟାପକ ସନ୍ତୋଷ କୁମାର ଜେନା, ଏବଂ କ୍ରୀଡ଼ା ଶିକ୍ଷକ ସୂର୍ଯ୍ୟକାନ୍ତ ଘଡ଼ାଇ ଙ୍କ ଦ୍ଵାରା ମଞ୍ଚ ସଞ୍ଚାଳନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ସୁଧିରଞ୍ଜନ୍ ମହାପାତ୍ର, ନଗେନ୍ଦ୍ର ଶୁକ୍ଳା,ଦିଗନ୍ତ ପଟ୍ଟନାୟକ,ଅଂଶୁମାନ ମହାନ୍ତି, କିଶାନ ସାହୁ ଆଦିତ୍ୟ ମହାତ, ପଦ୍ମଜା ବେହେରା ,ଅଂଗୁର ବାଳା ବଳ,ଅନାମିକା ଦାସ,କବିତା ଜେନା, କୌଶଲ୍ୟା ବେହେରା,ସତ୍ୟଭାମା ସ୍ୱାଇଁ,ମିନାକ୍ଷୀ ବାରିକ ପ୍ରମୁଖ ସହଯୋଗ କରିଥିଲେ।

