ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଘୁ ସାହୁଙ୍କ 'ଓଡ଼ିଆ ମାଟିର ବଢିଆ କଥା' ପାଠକାର୍ପଣ

କୁଜଙ୍ଗ, 26/09/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଂଚଳର ସାହିତ୍ୟିକ ରଘୁ ସାହୁଙ୍କ ଲିଖିତ 'ଓଡ଼ିଆ ମାଟିର ବଢିଆ କଥା' କଟକ ଶ୍ରୀରାମଚନ୍ଦ୍ର ଭବନରେ ଏକ ସାରସ୍ୱତ ସମାରୋହରେ ଉନ୍ମୋଚିତ ହୋଇ ପାଠକାର୍ପଣ ହୋଇଛି l ପ୍ରିୟବନ୍ଧୁ ସାରସ୍ୱତ ଏକାଡେମୀ ପକ୍ଷରୁ ଆୟୋଜିତ ଓ ଅଧ୍ୟାପିକା ଡକ୍ଟର ରୋଜାଲିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଯୋଗଦେଇ କେବଳ ଶିଶୁ ସାହିତ୍ୟ ହିଁ ଆଗାମୀ ପିଢ଼ିର ଶିଶୁ କିଶୋର ମାନଙ୍କୁ ନୂଆ ରାସ୍ତା ଦେଖେଇ ସେମାନଙ୍କୁ ବଡ ମଣିଷ କରି ପାରିବ ବୋଲି କହିଥିଲେ l ମୁଖ୍ୟବକ୍ତା କବି ପୀତାମ୍ବର ତରାଇ କହିଥିଲେ ଯେ ଆଜି ଉନ୍ମୋଚନ ହୋଇଥିବା 'ଓଡ଼ିଆ ମାଟିର ବଢିଆ କଥା' ଶିଶୁ ପୁସ୍ତକରେ ଅନେକ ନୂତନ ତଥ୍ୟ ପ୍ରତିପାଦନ ହୋଇଛି l ଓଡିଶା ଓ ଭାରତ ଇତିହାସରେ ତଥ୍ୟ ଥାଇ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଅନାଲୋଚିତ ହୋଇ ରହିଥିବା ବେଳେ ଏହି ଶିଶୁ ପୁସ୍ତକରେ ସ୍ଥାନ ପାଇଥିବାରୁ ଏହା ଅଧିକ ଗ୍ରହଣୀୟ ହୋଇ ପାଠକଙ୍କୁ ଆମୋଦିତ ନିଶ୍ଚୟ କରିବ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ସମାଜର ପୂର୍ବତନ ସମ୍ପାଦକ, ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ତଥା ଲେଖକ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ,ଓଡିଶା ବ୍ରହ୍ମ ଜଗନ୍ନାଥ ମିଶନ ଅଧ୍ୟକ୍ଷ ତଥା ସମାଜ ସେବୀ କ୍ୟାପଟେନ ସଂଜୀବ କୁମାର ମୁଦୁଲି ,ରେବା ରାୟ ଫାଉଣ୍ଡେସନ ସମ୍ପାଦକ କବି ରାଜୀବ କୁମାର ଷଡ଼ଙ୍ଗୀ ଓ ବିଶିଷ୍ଟ ସାହିତ୍ୟିକ ବ୍ରହ୍ମାନନ୍ଦ ବିଶ୍ୱାଳ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ପୁସ୍ତକ ଉନ୍ମୋଚନ ପୂର୍ବରୁ ରାଜ୍ୟ ସ୍ତରୀୟ କବି ସମ୍ମିଳନୀରେ ଡକ୍ଟର ଗଙ୍ଗାଧର ସାମନ୍ତରାୟ ,ଗୀତାଞ୍ଜଳି ପୃଷ୍ଟି ,ଡକ୍ଟର କେଶବ ଦଳେଇଭାଇ ଓ ଭରତ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗ ଦେଇଥିଲେ l କବି ଜୟନ୍ତୀ ବାରିକ ,କବି ପ୍ରଭାତୀ ମାଝୀ ଓ କବି ପ୍ରମିଳା ପତି ପ୍ରମୁଖ କବିତା ସଂଯୋଜନା କରିଥିଲେ l କବି ବୈଜୟନ୍ତୀ ମାଳା ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଉତ୍ସବରେ ଶତାଧିକ କବିଙ୍କୁ ଫୁଲତୋଡ଼ା ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା l କବି ଡକ୍ଟର ନିରଞ୍ଜନ ସାହୁ ,ଡକ୍ଟର ରବୀନ୍ଦ୍ର ବିହାରୀ ,ସୁରେଶ କୁମାର ନାୟକ ,ଅଧ୍ୟାପକ କିଶୋର ଚନ୍ଦ୍ର ଦାସ ,ତପନ କୁମାର ସ୍ୱାଇଁ ଓ ଅଧ୍ୟାପକ ମନୋରଞ୍ଜନ ବେଉରା ଉତ୍ସବ ପରିଚାଳନା କରିଥିଲେ l
6