ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମଧୁବାବୁ ପେନସନ ବଞ୍ଚିତ ହୋଇ ଦିନ କାଟୁଛନ୍ତି ଜୟନ୍ତୀ ଝୋଡିଆ

ରାୟଗଡ଼ା / କାଶିପୁର / ଗୋରଖପୁର, 27/09/2025, ଉତ୍କଳ voice news - utkalvoicenews.com( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ଚାରଯୋଡି ଗ୍ରାମ ସ୍ଵର୍ଗତ ପୁରସ୍ତମ ଝୋଡିଆ ଙ୍କ ଝିଅ ଜୟନ୍ତୀ ଝୋଡିଆ ବୟସ ହେଉଛି ୩୫ ତାଙ୍କ ଦୁଃଖ କହିଲେ ନ ସରେ ଜୟନ୍ତୀ ଜନ୍ମ ହେବାର କିଛି ବର୍ଷ ପରେ ବାପା ଓ ମାଁ ଙ୍କୁ ହେଇଛନ୍ତି । ସେହି ପରି ଜୟନ୍ତୀ ଙ୍କ ନିଜ ବୋଲି କେହି ନାହାଁନ୍ତି।
Article Image
ଏହା ପରେ ଜୟନ୍ତୀ ଠିକ୍ ଭାବରେ କଥା ମଧ୍ୟ କହି ପାରନ୍ତି ନାହିଁ ମୁଣ୍ଡ ଗୁଜିବା ପାଇଁ ଗୋଟିଏ ଛୋଟି ଘର ଟି ରହିଛି। ଏହା ସହ ଯେଉଁ ବିପିଏଲ କାଡ଼ର୍ ରହିଛି ସେଥିରୁ ଯାହା ଚାଉଳ ମିଳେ ସେଥିରୁ ସେ ଚଳନ୍ତି। କିନ୍ତୁ ଆଜି ଯାଇ ମଧୁବାବୁ ପେନସନ ରୁ ବଞ୍ଚିତ ହୋଇଥିବା ତାଙ୍କ ନିଜ ଘର ପଡିସା କହିଛନ୍ତି । ଯେ ଯେଉଁ ଚାଉଳ ମିଳେ ସେଥିରୁ ଖାଇଥାନ୍ତି। ଚାଉଳ ଶେଷ ହୋଇଗଲେ ଗ୍ରାମ ର ଆଖ ପାଖ ଘରୁ କିଛି ଖାଇବାକୁ ଦେଲେ କରୁଛନ୍ତି ବୋଲି ଜୟନ୍ତୀ ପଡିସା ଘର କହିଛନ୍ତି। ଏହା ସହ ବହୁ ବାର କାଶିପୁର ବ୍ଲକ ଅଫିସ୍ ନିଜ ପେନସନ ପାଇଁ ଦଉଡ଼ି ନିରାଶ ହୋଇ ଗଲେଣି ବୋଲି ଜୟନ୍ତୀ କହିଛନ୍ତି। ଜୟନ୍ତୀ ପାଖରେ ବିକଳାଙ୍ଗ ସାର୍ଟିଫିକେଟ ମଧ୍ୟ ରହିଛି ।ଏହା ସହ ଆୟୁସ ମାନ କାର୍ଡ ରହିଛି । ଏହି ସବୁ ରହିବା ସତେ କାହିଁକି ଜୟନ୍ତୀ ଙ୍କୁ ମଧୁବାବୁ ପେନସନ ପାଇଁ ବଞ୍ଚିତ ହୋଉଛନ୍ତି ବୋଲି ଗ୍ରାମବାସୀ ବାସୀ କହିଛନ୍ତି। ଏହା ପରେ ଗୋରଖପୁର ସରପଞ୍ଚ ଲକ୍ଷ୍ମମଣ ମାଝି ଙ୍କୁ ପ୍ରଚାରି ବାର ସେ କହିଛନ୍ତି ଜୟନ୍ତୀ ଝୋଡିଆ ପାଖରେ ଅନଲାଇନ ବିକଳାଙ୍ଗ ସାର୍ଟିଫିକେଟ ନଥିବାରୁ ଜୟନ୍ତୀ ଙ୍କ ମଧୁବାବୁ ପେନସନ ହୋଇ ପାରୁ ନାହିଁ । ଯଦି ଜୟନ୍ତୀ ଅନଲାଇନ ବିକଳାଙ୍ଗ ସାର୍ଟିଫିକେଟ ଆଣିବେ ତାହା ହେଲେ ମଧୁବାବୁ ପେନସନ ଜୋଡି ହୋଇ ପାରିବେ ବୋଲି କହିଛନ୍ତି। ତେଣୁ ତୁରନ୍ତ ଜୟନ୍ତୀ ଝୋଡିଆ ଙ୍କ ବିକଳାଙ୍ଗ ସାର୍ଟିଫିକେଟ ବ୍ଲକ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଉ ବୋଲି ଅନୁରୋଧ କରୁଛନ୍ତି ଗ୍ରାମବାସୀ
Article Image
Article Image
4