ରାୟଗଡ଼ା, 27/09/2025, ଉତ୍କଳ voice news - utkalvoicenews.com ( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ଦଶହରା ଛୁଟି ଲାଗି ବିଦ୍ୟାଳୟରୁ ଘରକୁଫେରୁଥିବା ବେଳେ ଚାଲିଗଲା ଜୀବନ। ଟ୍ରକ ତଳେ ଚାପି ହୋଇ ଜଣେଅଷ୍ଟମ ଶ୍ରେଣୀର ଛାତ୍ର ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ କାଶୀପୁର ବ୍ଳକ ସିନ୍ଦୁରଘାଟି ପଞ୍ଚଯାତ ଡେରାକଣା ଗ୍ରାମର ରାହୁଳ ନାଏକ। ରାହୁଲ ରାୟଗଡା ବ୍ଲକ ପେନିକଣା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେରହି ପଡୁଥିବା ବେଳେ ଆଜି ଦଶହରା ପାଇଁ ଛୁଟି ହୋଇଥିଲା। ତେବେତାଙ୍କ ସଂପର୍କିୟ ଭାଇ ଲୋଚନ ନାଏକ ତାଙ୍କୁ ସ୍କୁଲ ରୁ ବାଇକ୍ ଯୋଗେ ଘରକୁ ନେଉଥିବା ସମୟରେ ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡାଅଡିଟରିଅମ୍ ସାମ୍ନାରେ ବାଇକ ସହ ଧକ୍କା ହେଲା ପଛପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ । ଟ୍ରକ ଚକା ତଳେ ରାହୁଲ ପଡିଯାଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଅନ୍ୟପଟେ ଲୋଚନ ନାଏକ ଏବେ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟାଇଥବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଚାନ୍ଦିଲି ଥାନା ପୁଲିସ ଘଟଣାର ତଦନୁ ଆରମ୍ଭକରିଛି। ଅନ୍ୟପଟେ ମୃତକ ଙ୍କ ପରିବାରବର୍ଗକୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏହି ଘଟଣା କଲ୍ୟାଣ ବିଭାଗରେ ଦୁଃଖର ଛାୟା ଖେଳାଇ ଦେଇଛି।