ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟିକିରିରେ ଆମ ପୁଲିସ ସମିତି ବୈଠକ:ଟ୍ରାଫିକ ସମସ୍ୟା,ନିଶା ନିବାରଣପ୍ରତି ଗୁରୁତ୍ବ

ରାୟଗଡ଼ା / ଟିକିରି, 27/09/2025, ଉତ୍କଳ voice news - utkalvoicenews.com( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
କାଶୀପୁର ବ୍ଲକ ଟିକିରି ଥାନାପରିସରରେ ଆଜିପୁଲିସପକ୍ଷରୁ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଟିକିରିଥାନା ଅଧିକାରୀ ବିଶ୍ୱ ବନ୍ଦିନୀ ବାଗଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେରାୟଗଡ଼ାଏସଡ଼ିପିଓ ଗୌରହରି ସାହୁ ଏବଂ ଆରକ୍ଷୀ ଅଧିକ୍ଷକସ୍ୱାତୀଏସ କୁମାରମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲ ।ପୁଲିସ ଏବଂ ଜନସାଧାରଣ ମଧ୍ୟରେ ଦୂରତା ହ୍ରାସ କରି ବନ୍ଧୁତାପୂର୍ଣ୍ଣ ସମ୍ପର୍କ ସ୍ଥାପନଏବଂ ଅପରାଧ ନିୟନ୍ତ୍ରଣରେ ସହଯୋଗ ଆମ ପୁଲିସ ସମିତିବୈଠକରମୂଳ ଉଦ୍ଦେଶ୍ୟ ।ଜନସାଧାରଣଯେ କୌଣସି ସମସ୍ୟାର ସମାଧାନ ନେଇ ନିଃସଙ୍କୋଚରେ ପୁଲିସର ସାହାଯ୍ୟ ନେବାକୁ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ ସହିତବିଭିନ୍ନପଞ୍ଚାୟତର ପ୍ରତିନିଧି, ମହିଳା ମଣ୍ଡଳ ,ବିଭିନ୍ନ ସଙ୍ଘ କାର୍ଯ୍ୟ କର୍ତ୍ତାଏବଂ ବୁଦ୍ଧିଜୀବୀମାନେଉପସ୍ଥିତ ଥିଲେ ।ଚୋରି, ଲୁଟତରାଜ ଭଳିଅପରାଧ ନିୟନ୍ତ୍ରଣରେ ନିଜଘରଏବଂ ବାହାରେ ସିସି କ୍ୟାମେରା ଲଗାଇବା ସହିତ ସାଇବର କ୍ରାଇମକୁ ରୋକିବାରେ ସଚେତନ ହେବାଏବଂ ସଡ଼କ ନିରାପତ୍ତା,ନିଶା ନିବାରଣପ୍ରତି ଗୁରୁତ୍ବଦେବାଏବଂ,ଗୁଣି ଗାରେଡ଼ି ଭଳି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇଆଇନକୁ ନିଜ ହାତକୁ ନ ନେବା ପାଇଁ ପରାମର୍ଶ ଦିଆଯାଇଥିଲା ।କଂସାରି ଗୁଡ଼ା ଆଲୁମିନା ପ୍ରକଳ୍ପ ଅଞ୍ଚଳରେ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ କଡାକଡି କରିବା ସହ ଉକ୍ତ ଅଞ୍ଚଳରେ ପୁଲିସ କ୍ୟାମ୍ପ ସ୍ଥାପନ ନେଇ ବିଜୟ ରତ୍ନ ଚୌଧୁରୀ ଏବଂ ବିଦ୍ୟାରତ୍ନ ଚୌଧୁରୀଙ୍କ ପ୍ରସ୍ତାବଦେଇଥିଲେ ।
Article Image
ସେହିପରିବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ ଟିକିରିରାସ୍ତାରଟ୍ରାଫିକ ସମସ୍ୟାଏବଂ ଶକ୍ତି ବାହିନୀ ମହିଳା ସଙ୍ଗଠନ ପକ୍ଷରୁ ନିଶା ନିବାରଣ ନେଇ ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲେ ।କ୍ୟାମ୍ପସ୍ଥାପନ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନେବାକୁ ଏବଂ ବାଇପାସ ରାସ୍ତାନିର୍ମାଣରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତିଶ୍ରୁତି ଦେଇଥିବା ଜଣା ଯାଇଛି । ବେଆଇନ ନିଶା କାରବାର ରୋକିବାରେ ପୁଲିସ ଏସଡ଼ିପିଓ ମୋବାଇଲ ନମ୍ବର9437378836କୁ ଯୋଗାଯୋଗ କରିବା ପାଇଁ କୁହାଯାଇ ଥିଲା । ଦୁର୍ଘଟଣାରୁ ମୁକ୍ତି ଏବଂ ଅପରାଧ ନେଇ ଥାନା ଅଧିକାରୀ ଏବଂ ଏସଡିପିଓ ପ୍ରାଞ୍ଜଳ ଭାବେ ବୁଝାଇବା ସହ ମା’ ଭଉଣୀ ମାନେ ସଚେତନତାର ନେତୃତ୍ବ ନେବାକୁ କହିଥିଲେ ।ସେହିପରି ଟିକିରି ଅଞ୍ଚଳରେ ଘଟିଥିବା ଡକାୟତି,ଚୋରି ଘଟଣାରଉପଯୁକ୍ତ ତଦନ୍ତ କରି ଚୋରି ମାଲ ଉଦ୍ଧାର କରିବାରେ ସଫଳ ହୋଇ ଥିବା ଟିକିରି ଥାନା ଅଧିକାରୀ ବିବି ବାଗ ଏବଂ ସହଯୋଗୀଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ ।ସେହିପରି ଡକାୟତିର ଶିକାର ହୋଇ ଥିବା ଜଣେ ମହିଳାଭାବ ପ୍ରବଣ ହୋଇ ଥାନା ଅଧିକାରୀଙ୍କୁ କୁଣ୍ଢାଇ ପକାଇ ଥିଲେ ।ବୈଠକରେ ପୂର୍ବତନ ସରପଞ୍ଚକୁମାରୀ ପିଡ଼ିକା, ସୋମନାଥ ଝଡ଼ିଆ,ବିଏସପି ନେତା ସରୋଜ ନାଏକ, ଲାଲ ବାହାଦୂର ଦୁରିଆ,ସୁବାସ ନାଏକ,ରାଧା କାନ୍ତ ବିଶୋଇ, ନିରଞ୍ଜନତ୍ରିପାଠୀ,ହରପ୍ରସାଦ ନାୟକ ସହିତ ବହୁଜଣ ଉପସ୍ଥିତ ଥିଲେ । ଟିକିରି ଥାନାର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
7