ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେଢ ଲକ୍ଷ ଟଙ୍କାର ବାଣ ଜବତ

ବୁଗୁଡ଼ା, 27/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ଏନଏସି ଅନ୍ତର୍ଗତ ଅରବିନ୍ଦ ନଗର-୪ର୍ଥ ଲାଇନର ଏକ ଘରେ ଗତ ଗୁରୁବାର ରାତିରେ ପୁଲିସ ଅଚାନକ ଚଢାଉ କରି ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବାଣ ଜବତ କରିଛି। ଏହି ସବୁ ଜବତ ବାଣ ବିନା ଲାଇସେନ୍ସରେ ବେପାର କରୁଥିବା ବ୍ୟବସାୟ ଭଗବାନ ସାହୁ ଙ୍କ ହୋଇଥିବା ବେଳେ ଏହାର ପରିମାଣ ଦେଢ ଲକ୍ଷ ଟଙ୍କ ହେବ ବୋଲି ଜଣାପଡିଛି। ଏ ନେଇ ଥାନାରେ କେସ୍ ନଂ ୫୯୯ / ୨୫ରେ ଏକ ମାମଲା ରୁଜୁ ହୋଇଛି। ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ନେତୃତ୍ବ ରେ ଚଢାଉ ହୋଇଥିଲା। ଚଢ଼ାଉରେ ଏସ୍‌ଆଇ ବିନାୟକ ବିଧାର ଓ ଜ୍ୟୋତିଶ୍ରୀ ସାହୁ, ଏଏସ୍‌ଆଇ ସୁମନ୍ତ ବେହରାଙ୍କ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।
16