ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓ. ଏ. ଏସ. ର ନବମ ସ୍ଥାନରେ ନିଆଳିର ଚିନ୍ମୟ ପାଢ଼ୀ, ବଧେଇ ଜଣାଇଲା ଶିକ୍ଷକ ସଂଘ

ଜଗତସିଂହପୁର / ନିଆଳି , 27/09/2025, ଉତ୍କଳ voice news - utkalvoicenews.com ( ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର, ନିଆଳି ବ୍ଲକ ଦେବୀକନ୍ଦଳ ଦ୍ବିପାଞ୍ଚଳ ର ସେଳେଦା ଗ୍ରାମର ଚିନ୍ମୟ କୁମାର ପାଢ଼ୀ ଓ. ଏ. ଏସ. ପରୀକ୍ଷା ରେ ନବମସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଛନ୍ତି।ସେଳେଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓ ମମତା ପାଢ଼ୀଙ୍କର ପୁଅ ଓ ସୁନାମଧନ୍ୟ ପାଲାଗାୟକ ସ୍ବର୍ଗତ କୈଳାଶ ଚନ୍ଦ୍ର ପାଢ଼ୀ ଙ୍କ ନାତି ଅଟନ୍ତି |ତାଙ୍କର ଏହି ସଫଳତା ପାଇଁ ନିଆଳି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ରମାକାନ୍ତ ସ୍ୱାଇଁ,ଜ୍ଞାନରଞ୍ଜନ ସେନାପତି,ବିନୋଦ ବିହାରୀ ବେହେରା,ତାଙ୍କୁ ତାଂକ ବାସଭବନରେ ସମ୍ବର୍ଦ୍ଧନା ଜଣାଇଥିଲେ |ଏହି ସଫଳତା ପାଇଁ ନିଆଳି ବୁଦ୍ଧିଜୀବୀ ମହଲରେ ପ୍ରଶଂସା ର ସୂଅ ଛୁଟିଛି।
Article Image
194