ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଇଲୋ ଗ୍ରାମ ପଂଚାୟତର ଲୋକପ୍ରିୟ ସରପଞ୍ଚ ସ୍ବର୍ଗତ ସରୋଜ କୁମାର ସେଠିଙ୍କ ଏକାଦଶାହା ଉପଲକ୍ଷେ ସ୍ମୁତି ସଭା

କୁଜଙ୍ଗ / ସାଇଲୋ , 27/09/2025, ଉତ୍କଳ voice news - utkalvoicenews.com( ରାହାମା ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ସାଇଲୋ ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ୱର୍ଗତ ସରୋଜ କୁମାର ସେଠୀଙ୍କ ଏକାଦଶାହା ଉପଲକ୍ଷେ ତାଙ୍କ ବାସଗୃହରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭାରେ ସ୍ୱର୍ଗତ ସରୋଜ କୁମାର ସେଠୀଙ୍କ ଉଦେଶ୍ୟରେ ଏକ ପୁସ୍ତକ ଉନ୍ମୋଚନ କରାଗଲା, ଯାହାର ନାମ ଥିଲା “ସ୍ମୃତିରେ ସରୋଜ” ।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ପୂର୍ବତନ ସାଂସଦ ଡ଼କ୍ଟର କୁଳମଣି ସାମଲ ଓ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦିଲି, ଜଗତସିଂହପୁର ଜିଲ୍ଲାର ବିଜେଡ଼ି ଜିଲ୍ଲା ସଭାପତି ଙ୍କ ସହିତ ଅନେକ ଗଣମାନ୍ୟ ବ୍ୟକ୍ତି, ସ୍ଥାନୀୟ ମୁରବି, ଗ୍ରାମବାସୀ, ମହିଳା ଓ ଯୁବକ/ଯୁବତୀ ମାନେ ସକ୍ରିୟ ଭାବେ ଯୋଗଦାନ କରିଥିଲେ ।ସ୍ମୃତି ସଭାରେ ସମସ୍ତେ ସ୍ୱର୍ଗତ ସରୋଜ କୁମାର ସେଠୀଙ୍କ ନିଷ୍ଠା, ସମର୍ପଣ ଓ ଗ୍ରାମପ୍ରେମର କଥା ଉଲ୍ଲେଖ କରି ତାଙ୍କର ସଦଗୁଣ, ସମାଜସେବାର ପ୍ରତିବଦ୍ଧତା ଏବଂ ଲୋକହିତେଷୀ ଚରିତ୍ରକୁ ସ୍ମରଣ କରିଥିଲେ ।ଏହି ଅବସରରେ ଉପସ୍ଥିତ ସମସ୍ତେ କହିଲେ ଯେ, ସରୋଜବାବୁଙ୍କ ଜୀବନଦୃଷ୍ଟି ଓ ସମାଜସେବାର ପଥ ଆଗାମୀ ପିଢ଼ୀ ପାଇଁ ସଦା ପ୍ରେରଣାର ସ୍ରୋତ ହିସାବରେ ରହିବ.
Article Image
222