ଯାଜପୁର, 28/09/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ବଡ଼ଚଣା ବ୍ଲକ କାଇମାଟିଆ ପଞ୍ଚାୟତ ଅନ୍ତର୍ଗତ ପଇଦା ଗ୍ରାମର ତପନ ମଲିକଙ୍କ ଛପର ଘରଟି ଲଗାଣ ବର୍ଷା ରେ ଭାଙ୍ଗି ଯିବା ସହ ମାଟି କାନ୍ଥ ଖସି ପଡି ବିଭିନ୍ନ ଜିନିଷ ପତ୍ର ନଷ୍ଟ ହୋଇଯାଇଛି l ଯାହା ଫଳରେ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି ପରିବାର ବର୍ଗ କିଛି ଦିନ ଧରି ଲଗାଣ ଲଘୁଚାପ ବର୍ଷା ଜନିତ ପ୍ରଭାବରେ ଜନ ସାଧାରଣ ବେହାଲ l ସେହିପରି ଆଜି ଏକ ଘଟଣା ଦେଖିବାକୁ ମିଳିଛି କାଇମାଟିଆ ପଞ୍ଚାୟତ ପଇଦା
ଗ୍ରାମର ତପନ ମଲିକଙ୍କ ସହ l ତପନ ଜଣେ ଦିନ ମଜୁରିଆ ଭାବେ ଜୀବନ ଅତି ବାହିତ କରନ୍ତି, ଛପର ଘରଟି ଭାଙ୍ଗିଯିବା ଫଳରେ ଘରେ ଥିବା ଅନେକ ଆସବାପତ୍ର ସହ ଘର କରଣୀ ଜିନିଷ ମାଟି ପାଣି କାଦୁଓ ରେ ଓଦା ହୋଇ ନଷ୍ଟ ହୋଇଯାଇଛି l ରହିବା ପାଇଁ ନାହିଁ ନଥିବା ସମ୍ମୁଖୀନ ହେଉଛନ୍ତି, ଚାରି ପ୍ରାଣୀ କୁଟୁମ୍ବ ସେହି ଛପର ଘରେ ଜୀବନ ଅତିବାହିତ କରନ୍ତି l ଏହି ଖବର ପାଇଁ ତୁରନ୍ତ କାଇମାଟିଆ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅଶୋକ କୁମାର ନାୟକ ପହଁଞ୍ଚି ଗରିବ ଲୋକଟିର ଦୁଃଖ ବୁଝିବା ସହ ତୁରନ୍ତ କିପରି ଗରିବ ଲୋକଟି ଏଭଳି ପରିସ୍ଥିତି ମୁକୁଳି ପାରିବ ସେଥିପାଇଁ ଆର. ଆଇ.ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଖବର ପାଇଁ ଆର. ଆଇ.ଘଟଣା ସ୍ଥଳେ ପହଁଞ୍ଚି ବୁଲି ଦେଖିବା ସହ ଅଭାବୀ ଲୋକଟିକୁ ଲଗାଣ ବର୍ଷା ଦାଉରୁ ରକ୍ଷା ପାଇଁ ପାରିବ ସେଥିପାଇଁ ଏକ ଜରି ପାଲଟିର ବନ୍ଦୋବସ୍ତ କରିଛନ୍ତି