ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଲୋକନାଥ ଅଟୋ ଓନର୍ସ ଆସୋସିଏସନ୍, କର୍ମକର୍ତ୍ତା ନିର୍ବାଚନ l

ପାରାଦୀପ ଗଡ , 28/09/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ୧୦ମ ଥର ପାଇଁ ସଭାପତି ଭାବେ ନିର୍ବାଚିତ l
Article Image
୨୦୧୦ ମସିହାରୁ ପାରାଦୀପ ରେ ଗଠିତ ଶ୍ରୀଲୋକନାଥ ଅଟୋ ଓନରସ୍ ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ ଓ କୋଷାଧ୍ୟକ୍ଷ ଆୟ ବ୍ୟୟ ର ସମୀକ୍ଷା ରିପୋର୍ଟ ପ୍ରଦାନ କରିଥିଲେ l ସଭ୍ୟ ମାନେ ସେମାନଙ୍କର ବିଭିନ୍ନ ସୁବିଧା, ଅସୁବିଧା ସଂମ୍ପର୍କରେ ଅଭିଯୋଗ କରିବା ସହିତ ନୂତନ ପ୍ରସ୍ତାବ ମାନ ପ୍ରଦାନ କରିଥିଲେ l ଶେଷରେ ଆଗାମୀ ୨୦୨୫-୨୬ ବର୍ଷ ପାଇଁ କର୍ମ କର୍ତ୍ତା ନିର୍ବାଚନ କରାଯାଇଥିଲା l ସଭାପତି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଉପସଭାପତି ଭାବେ କୃଷ୍ଣ ଚନ୍ଦ୍ର ସେଠୀ, ସମ୍ପାଦକ: ବ୍ରଜକିଶୋର ସେଠୀ, କୋଷାଧ୍ୟକ୍ଷ ଭାବେ ନାରାୟଣ ବର୍ମନ୍, ଉପ କୋଷାଧ୍ୟକ୍ଷ: ସେକ ରାଜା ନିର୍ବାଚିତ ହୋଇଥିଲେ l ସେହିପରି କାର୍ଯ୍ୟକାରୀ କମିଟି କୁ ପ୍ରସନ୍ନ ବଳିୟାର ସିଂ, ଶିତୁନ ମଲ୍ଲିକ, ଅଜୟ ଗାୟନ, ଚିନ୍ମୟ ମଲ୍ଲିକ, ତପନ ମଣ୍ଡଳ, ମନୋରଞ୍ଜନ ତ୍ରିପାଠୀ, ଜିତେନ୍ଦ୍ର ନାୟକ, ରାଜୀବ ଦାସ ପ୍ରମୁଖ ନିର୍ବାଚିତ ହୋଇ ଥିଲେ l ଆଗମୀ ଦିନରେ ସମସ୍ତ ୧୦୦ ଜଣ ଅଟୋ ଓନର ଙ୍କର ଡ୍ରେସ କୋଡ ଓ ବୀମା କରାଯିବ ବୋଲି ସଭାପତି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଥିଲେ l
Article Image
3