ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିପଦରରେ ମା' ଦୂର୍ଗାଙ୍କ ପୂଜା ମହାସମାରୋହରେ ପାଳିତ

ବୁଗୁଡ଼ା, 29/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ଗ୍ରାମରେ ମା' ଦୁର୍ଗାଙ୍କ ପୂଜା ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଆକର୍ଷଣୀୟ ତୋରଣ ଓ ସୁସଜ୍ଜିତ ମେଢ଼ ମଧ୍ୟରେ ମା’ଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ଏହି ପୂଜାକୁ ଦେଖିବା ପାଇଁ ଅଞ୍ଚଳବାସୀ ଓ ଆଖପାଖ ଗ୍ରାମର ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।ଗ୍ରାମର ପୂଜା କମିଟି ଓ ସ୍ଥାନୀୟ ଯୁବକମାନଙ୍କ ଉଦ୍ୟମରେ ଏହି ପୂଜା ଆୟୋଜନ କରାଯାଇଛି। ବିଧି ଅନୁଯାୟୀ କର୍ତ୍ତା ଭାବେ ତ୍ରିନାଥ ସାସମଲ ଓ ପୂଜକ ପ୍ରଦ୍ୟୁନ୍ନ ଖାଡଙ୍ଗା ମା'ଙ୍କ ନବରାତ୍ରୀ ପୂଜା କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି।ପୂଜା କମିଟିର ସଭାପତି ସଞ୍ଜୟ ଜେନା ଏବଂ ପରିଚାଳକ ନାରାୟଣ ସାମନ୍ତରାଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଦସ୍ୟ ମାଧବ ବିଷୋୟୀ, ଭଗବାନ ବଡୁ, ଶିବରାମ ସାସମଲ, କରମ ଚାନ୍ଦ, ଧନୁର୍ଜୟ ଜେନା, ମଙ୍ଗୁଳୁ, ଡାକ, କାହ୍ନା, ବାପିନା, ପିଙ୍କୁ, କେଶବ ଓ ଅନ୍ୟ ସଦସ୍ୟମାନେ ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି।
6