ବୁଗୁଡ଼ା, 29/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ):
ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବାଲିପଦର ଗ୍ରାମର ପଣ୍ଡା ସାହି କୋଠଘର ସମ୍ମୁଖରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରବିବାର ସନ୍ଧ୍ୟାରେ ପୁଲିସ ଅଚାନକ ଚଢ଼ଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେଠାରୁ ୬୮୯୦ ଟଙ୍କା
ଓ ତାସ ଜବତ କରିଥିବା ଜଣାଯାଇଛି। ଏ ନେଇ କେସ୍ ୬୦୮/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ। ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡିଙ୍କ ନେତୃତ୍ବ ରେ ଏହି ଚଢଉ କରାଯାଇଥିଲା ।