ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡା-ବେତାରସିଂ ରାସ୍ତା ମରଣଯନ୍ତା

ବୁଗୁଡ଼ା, 29/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ) :
Article Image
ବୁଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମକୁ ଯାତାୟାତ ନିମନ୍ତେ ଉଦ୍ଦିଷ୍ଟ ବୁଗୁଡା-ବେତାରସିଂ ରାସ୍ତା ଏବେ ଲୋକଙ୍କ ପାଇଁ ମରଣଯନ୍ତା ପାଲଲଟିଛି। ସେହି ରାସ୍ତା ଅନେକ ଛୋଟ ବଡ ଖାଲଖମାରେ ପରିପୂର୍ଣ୍ଣ ଯୋଗୁଁ ଲୋକଙ୍କ ଯାତାୟାତରେ ନାହିଁ ନଥିବା ଅସୁବିଧା ହେଉଛି। ବର୍ଷା କାଳରେ ମାଳମାଳ ଜଳପୂର୍ଣ୍ଣ ଖାଲଖମା କାରଣରୁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ଯାତାୟାତ ପାଇଁ ସେହି ରାସ୍ତା ଉପରେ ବିଶେଷ କରି ଗୋଳାବନ୍ଧ ପଞ୍ଚାୟତର ଅନେକ ଗ୍ରାମର ଅଧିବାସୀଙ୍କ ସମେତ ସ୍କୁଲ ଓ କଲେଜ ପଢୁଆ ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି।
Article Image
କିନ୍ତୁ ଏବେ ତାହା ସେମାନଙ୍କ ସକାଶେ ମରଣଯନ୍ତା ପାଲଟିଛି। ତେବେ ଏହି ରାସ୍ତାର ଦୂରବସ୍ଥା ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବାରୁ ସାଧାରଣରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଏହି ବିପଜ୍ଜନକ ରାସ୍ତାର ଦୂରବସ୍ଥା ପାଇଁ ଏକ ଠିକା ସଂସ୍ଥାର ମାଳମାଳ ଭାରିଯାନ ଚଳାଚଳ ଦାୟୀ ବୋଲି ସାଧାରଣରେ ଆଲୋଚନା ହେଉଥିଲେ ହେଁ ଏହାର କୌଣସି ପ୍ରତିକାର ହୋଇପାରୁନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ପ୍ରଶାସନିକ ଉଦାସୀନତାର କୁଫଳ ସାଧାରଣ ଜନତା ଭୋଗୁଛନ୍ତି। ତେବେ ଲୋକଙ୍କ ହିତକୁ ପ୍ରାଥମିକତା ଦେଇ ଯଥାଶୀଘ୍ର ଉକ୍ତ ରାସ୍ତାର ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବା ସକାଶେ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
5