ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପୀଠ ରେ ଶାରଦୀୟ ନବରାତ୍ରୀ ପୂଜା ର ଅଷ୍ଟମ ଦିବସ ରେ ମା ମହାଗୌରୀ ବେଶ

ଢେଙ୍କାନାଳ, 29/09/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପୀଠ ରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ ହାର ,ବିଭିନ୍ନ ପ୍ରକାରର ମିଠା ପିଠା ଫଳ ଖିରି ଭୋଗ ଲାଗି କରାଯାଇ। ଅଷ୍ଟମ ଦିବସ ରେ ମା ମହାଗୌରୀ ବେଶ ଅନୁଷ୍ଠିତ ହୋଇଥିଲା। ଷୋଳସ ଉପଚାର ରେ ପୂଜା କରା ଯାଇ ୧୦୦୮ ବେଲ ପତ୍ର ଲାଗି ହୋଇଥିଲା। ଆଜି ମହା ଅଷ୍ଟମୀ ପୂଜା କରାଯାଇଥିଲା। ମଣ୍ଡଳ ପୂଜା, କଳସ ପୂଜା, ସପ୍ତଚଣ୍ଡୀ ପାଠ, ସପ୍ତ ଚଣ୍ଡୀ ରେ ଆହୁତି, ସଂନ୍ଧ୍ୟା ବେଳେ ଆଳତୀ ପରେ ପହଡ଼ ପଡ଼ିବ।ପୂଜକ ଲିଙ୍ଗରାଜ ପତି ଶର୍ମା, ମନ୍ଦିର ପୂଜକ ଆପୁଲ ରଣା, କମିଟି ର ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତି ଶାରଦୀୟ ପୂଜା ଅନୁଷ୍ଠିତ ହୋଇଥିଲା
11