ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଟୁଆରେ ୭୨ ତମ ଦୃର୍ଗାପୂଜା ଧୁମଧାମରେ ପାଳନ

ଏରସମା / ଚଟୁଆ, 30/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପୁରାତନ ଛାତ୍ର ସଂଘ ଉତ୍ସବ ସମିତିର ୭୨ ତମ ଦୄର୍ଗାପୂଜା ଧୁମଧାମରେ ପାଳିତ ହୋଇଯାଇଛି । ଚଟୁଆ ଦୃର୍ଗାପୂଜା ମଣ୍ଡପ ନିକଟରୁ ଜଗତଜନନୀ ମା" ଦୃର୍ଗାଙ୍କ ନବ ପତ୍ରିକା ବିମାନରେ ଘଣ୍ଟ ,ଘଣ୍ଟି ,ବାଜା ,ବାଣ, ହରିବୋଲ , ହୂଳହୂଳି ସହିତ ରୋଷଣୀରେ ବାଲିଆ ନଈ ନିକଟକୁ ନିଆଯାଇଥିଲା। ମା" ଦୄର୍ଗାଙ୍କର ନିତିନିୟମ ଅନୁସାରେ ବାଲିଆ ନଈ ନିକଟରେ କର୍ତ୍ତା କୁଳମଣି ବିଶ୍ୱାଳ ପୂଜାର୍ଚ୍ଚନା କରିସାରିବା ପରେ ଏକ କଳସ ଶୋଭାଯାତ୍ରାରେ ଘଟ କଳସ ସହିତ ନବ ପତ୍ରିକା ଆସି ଚଟୁଆ ଦୄର୍ଗାପୂଜା ମଣ୍ଡପ ପୀଠରେ ପହଞ୍ଚିବା ପରେ ମା"ଙ୍କ ନିତିନିୟମ ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ହୋମଯଜ୍ଞ ହୋଇଥିଲା । ପ୍ରକାଶ ନାୟକଙ୍କ ପରିବାର ପକ୍ଷରୁ ମା" ଦୃର୍ଗା ଓ ଲକ୍ଷ୍ମୀ, ସରସ୍ୱତୀଙ୍କ ପାଇଁ ଚାନ୍ଦି ମୁକୁଟ ଦାନ କରିଛନ୍ତି।ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ଶେବନର ବ୍ୟବସ୍ଥା କରାଯାଇଥିଲା । ପାରାଦୀପ ନିର୍ବାଚନମଣ୍ଡଳୀ ଓ ଏରସମା ନିର୍ବାଚନମଣ୍ଡଳୀର ସବୁଠାରୁ ପୁରୁଣା ଚଟୁଆ ଦୃର୍ଗାପୂଜା ୭୨ ବର୍ଷରେ ପଦାର୍ପଣ କରିଛି। ଏଠାରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଚଟୁଆ ଦୃଗୋତ୍ସବ ସମିତିର ସଭାପତି ମନୋଜ କୁମାର ମହାନ୍ତି , ସଂପାଦକ ବସନ୍ତ ନାୟକ, ଉପ ସଭାପତି ଭରତ ବରାଳ, ସହ ସଂପାଦକ ଅକ୍ଷୟ ସ୍ୱାଇଁ, ପୃବତନ ସଂପାଦକ ଅଂଶୁମାନ ମିଶ୍ର, ବରିଷ୍ଠ କର୍ମକର୍ତ୍ତା ସୁଧାକର ବିଶ୍ୱାଳ, ଅନିଲ୍ ସାମନ୍ତରାୟ,ପ୍ରଶାନ୍ତ ଦାସ ଅଜୟ ପ୍ରଧାନ, ସୁମନ୍ତ ବାରିକ , ପ୍ରମୋଦ ପ୍ରଧାନଙ୍କ ସମେତ ଚଟୁଆ ପୁରାତନ ଛାତ୍ର ସଂଘ ଦୄଗାତ୍ସବ ସମିତିର ସମସ୍ତ ମେମ୍ବର ମାନେ ଶାନ୍ତି ଶୄଙ୍ଖଳାର ସହିତ ପୂଜା ଉତ୍ସବ ପରିଚାଳନା କରୁଛନ୍ତି।
6