ରାୟଗଡ଼ା, 30/09/2025, ଉତ୍କଳ voice news - utkalvoicenews.com( ପ୍ରଫୁଲ କୁମାର ବେହେରା ଙ୍କ ରିପୋର୍ଟ ) :
ଦଶହରା ପାଇଁ ରୟଗଡ଼ା ଜିଲାକାଶୀପୁରଠାରେ ଥିବା ମା' ମାଣିକେଶ୍ୱରୀ ପୀଠ ଚଳଚଞ୍ଚଳ ହୋଇଉଠିଛି। ବର୍ଷ ସାରା ଏଠାରେ ମା’ ଛିନ୍ନମସ୍ତା ରୂପେ ପୂଜା ପାଉଥିବାବେଳେ ଦଶହରା ସମୟରେ ୧୦ ଦିନ ମା’ଙ୍କ ସମ୍ପୂର୍ଣ୍ଣ ଶରୀରକୁ ପୂଜା କରାଯାଏ। କଳାହାଣ୍ଡି ଭବାନୀପାଟଣାରେ ମା'ମାଣିକେଶ୍ୱରୀଙ୍କ ଦେହା ବଶେଷ, ଛତ୍ର ପୂଜା ପାଉଥିବାବେଳେ କାଶୀପୁରରେ ହୃତପିଣ୍ଡ ଓ ଯନ୍ତ୍ର ପୂଜା କରାଯାଏ। ତେଣୁ ପ୍ରତିବର୍ଷ ଦଶହରାର ପ୍ରତିପଦା ଠାରୁ ଦଶମୀ ଯାଏ ସ୍ବତନ୍ତ୍ର ପୂଜାପାଠ ଚାଲେ। ମା’ଙ୍କ ଗଢାଯାଇଥିବା ମସ୍ତକକୁ ନେଇ ଶରୀରରେ ସ୍ଥାପନା କରାଯାଏ। ଦଶହରା ଶେଷ ଦିନ(ଦଶମୀ)ରେ ସିନ୍ଧୁକରେ
ଥିବା ବିଜୟ ପ୍ରତିମାକୁ ମହାସ୍ନାନ କରାଇ ଗର୍ଭଗୃହରେ ସ୍ଥାପିତ କରାଯାଇ ପୂଜା କରାଯାଏ । ଦଶମୀ ଦିନ ମଧରାତ୍ରରେ ନିଶିପୂଜା କରାଯିବା ସହ ବଳି ଦିଆଯିବା

ପରେ ଯନ୍ତ୍ରକୁ ପୂର୍ବ ଭଳି ରଖୁଦିଆଯାଏ। ବହୁପୂର୍ବରୁ ଏଠାରେ ବଳି ପରମ୍ପରା ଚାଲୁ ରହିଆସିଛି । ଦଶହରାର ପଞ୍ଚମୀ ଦିନ ଏକ ମେଣ୍ଟାକୁ ପୂଜା କରି ଦେବୀଙ୍କୁ ସମର୍ପଣ
କରାଯାଏ । ଅଷ୍ଟମୀ ଦିନ ମେଣ୍ଢାକୁ ଗ୍ରାମ କାଶୀପୁରରେ ଥିବା ମା' ମାଣିକେଶ୍ୱରୀଙ୍କ ପୀଠ ଭ୍ରମଣ କରାଯିବା ସହ ଫୁଲ ଚନ୍ଦନ ଲଗାଇ ୨ କିଲୋମିଟର ଦୂର ଜେନାଖାଲ ସ୍ଥାନରେ ଭୋର ସମୟରେ ବଳିନୀତି ସମ୍ପନ୍ନ ହୁଏ ।
ଦେବୀ ପୂଜାରୀଙ୍କ ଉପରେ ପ୍ରସନ୍ନ ହେବା ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି । ସେହିପରି କାଶୀପୁର ଦଶହରାର
ଆଉ ଏକ ମହତ୍ତ୍ଵପୂର୍ଣ୍ଣ ହେଲା ଲାଖ ବିନ୍ଧା ପର୍ବ ଦଶମୀ ଦିନ ପୂଜା ପରେ ଅପରାହ୍ନରେ ଗ୍ରାମର ୩ ଦେବୀ ବୁଢାରାଜା, ମାଣିକେଶ୍ଵରୀ ଓ ସାତ ଭଉଣୀଦେବୀଙ୍କୁ ବିଧାପୂର୍ବକ ପୂଜାର୍ଚ୍ଚନା ପରେ ଲାଖ ବିନ୍ଧା ପର୍ବ ପାଇଁ ସଜବାଜ
ଚାଲେ। ବାଜାବାଜଣା ମହୁରି ସହପ୍ରବଳ ଜନସମାଗମ ହୁଏ। ପୀଠ ଠାରୁ ୨ କିଲୋମିଟର ଦୂର କାଶୀପୁର–
ଭବାନୀପାଟଣା ରାସ୍ତାର ମଝିରେ ଥିବା ନାକଟିଗୁଡି ମନ୍ଦିର ରାସ୍ତାରେ ଦୁଇଟି ଲାଖ ବନ୍ଧାଯାଏ । ଗୋଟିଏ କାଶୀପୁର ମାଣିକେଶ୍ବରୀଙ୍କ ପୀଠ ଚଳଚଞ୍ଚଳ ଲାଖ ବିନ୍ଧା ପର୍ବ ଅନ୍ୟ ଏକ ଆକର୍ଷଣ ଲାଖ ଏବଂ ଅନ୍ୟଟି ଥୁଆମୂଳ ରାମପୁର ଲାଖ ଭାବେ ପରିଚିତ । ଅନତି ଦୂରରୁ ପ୍ରଥମେ ବୁଢାରାଜା ମନ୍ଦିର ବନ୍ଧୁକରେ ରାଜପରିବାରର ବ୍ୟକ୍ତି ଲାଖକୁ ଲକ୍ଷ୍ୟ କଲା ପରେ ବନ୍ଧୁକ ଥିବା ସ୍ଥାନୀୟ
ଜନସାଧାରଣ ଲାଖକୁ ଲକ୍ଷ୍ୟ କରିବାର ସୁଯୋଗ ମିଳେ । ପ୍ରଥମ ଲାଖ ବିନ୍ଧାଳୀଙ୍କୁ ରାଜା ମୁଣ୍ଡରେ ଶିରିପା ବାନ୍ଧି ଗ୍ରାମ ପରିକ୍ରମା କରାଇଥାନ୍ତି । ୮ ବର୍ଷ ଧରି ରାଜପରିବାରର ସଦସ୍ୟ ନୀଳାମ୍ବର ସିଂ ପ୍ରଥମ ବନ୍ଧୁକ ଚାଳନା କରିଆସୁଛନ୍ତି । ସମ୍ପ୍ରତି ଦଶହରା ଉତ୍ସବକୁ ରାଜକୁମାର ଡ. ଦିବୋହୁ କୁମାର ଦେଓ ପରିଚାଳନା କରନ୍ତି । ଏହି ଦିନ ଆଦିବାସୀ ଜାନୀ ସମ୍ପଦାୟର ଲୋକଙ୍କୁ ରାଜା ଟୋକିମରା ପର୍ବ ଲାଗି ଅନୁମତି ପ୍ରଦାନ କରନ୍ତି । କାଶୀପୁର ଦଶହରା ପରମ୍ପରା ଏବେ ବି ନିଜର ଗାରିମା ହରାଇ ନ ଥିବାବେଳେ ଲାଖବିନ୍ଧା
ପର୍ବକୁ ଦେଖିବା ଲାଗି ବହୁ ସଂଖ୍ୟାରେ
ଲୋକଙ୍କ ସମାଗମ ହୋଇଥାଏ