ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନାଗସାପ ଉଦ୍ଧାର।

ବାଲିତୁଠ / ବଳେଇପୁର / ନଳକଣି ଗ୍ରାମ, 30/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ଅନ୍ତର୍ଗତ ନଳକଣି ଗ୍ରାମରୁ ମଙ୍ଗଳବାର ସନ୍ଧ୍ୟାରେ ୬ ଫୁଟ ଲମ୍ବ ଏକ ନାଗସାପ ଉଦ୍ଧାର କରାଯାଇଛି। ଘଟଣାରୁ ଜଣାପଡିଛି, ନଳକଣି ଗ୍ରାମ କ୍ରୃଷ୍ଣଚନ୍ଦ୍ର ସାହୁଙ୍କ ବାଡ଼ିରେ ଏକ ଜାଲ ଘେରା ଯାଇଥିଲା।ଆଜି ସନ୍ଧ୍ୟାରେ ଏକ ନାଗସାପ ସେହି ଜାଲରେ ପଡ଼ିଯାଇଥିବାର ଘର ଲୋକମାନେ ଦେଖିଥିଲେ।ଏ ସମ୍ପର୍କରେ କୁଜଙ୍ଗ ବଳରାମପୁର ଗ୍ରାମର ସାପ ଧରାଳି ପ୍ରଭାତ କୁମାର ବେହେରାଙ୍କୁ ଖବର କରାଯାଇଥିଲା।ପ୍ରଭାତ ଏବଂ ତାଙ୍କ ସହଯୋଗୀ ମଣିଶଙ୍କର ପରିଡା, ଜ୍ୟୋତିରଞ୍ଜନ ମହାପାତ୍ର,ରାଜା ପରିଡା, ସତ୍ୟଜିତ ରାଉତ ଓ ଭବାନୀ ଶଙ୍କର ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଛନ୍ତି।ବୁଧବାର ଏହି ସାପକୁ ମହାକାଳପଡ଼ା ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡିଛି।
Article Image
17