ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବକଙ୍କ ମୃତ୍ୟୁକୁ ନେଇ ଥାନା ଅବରୋଧ

ଏରସମା, 30/09/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ଥାନା ଅନ୍ତର୍ଗତ ଏରସମା ଅସରଣା ରାସ୍ତା ମଦ ଦୋକାନ ରାସ୍ତାରେ ଆଜି ସକାଳ ୧୧ ସମୟରେ ପଡ଼ିଥିବା ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ବଡ ବେଲାରୀ ଗ୍ରାମବାସୀଙ୍କ ପକ୍ଷରୁ ଏରସମା ଥାନା ଆଗରେ ଧାରଣା ଦିଆ ଯାଇଥିଲା l ସୂଚନା ଯୋଗ୍ୟ ଏହି ଥାନା ଅନ୍ତର୍ଗତ ଜିରାଇଲୋ ପଞ୍ଚାୟଚର ବଡ ବେଲାରୀ ଗ୍ରାମର କୁଳମଣି ସାହୁଙ୍କ ପୁଅ ରଞ୍ଜନ ସାହୁ (୪୨)ସବୁଦିନ ପରି ଏରସମା ବଜାରରେ ଥିବା ଓଲ୍ଡିଂ ଦୋକାନକୁ ଓଲ୍ଡିଙ୍ଗ ମିସ୍ତ୍ରୀ ଭାବରେ କାମ କରିବାକୁ ଆସିଥିଲେ l ମାତ୍ର ୧୧ ଟା ସମୟରେ ସେ ବିଲ ଭିତରେ ମରି ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ l ଖବର ପ୍ରଚାରିତ ପରେ ରଞ୍ଜନଙ୍କ ପରିବାର ଓ ଗ୍ରାମ ବାସୀ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଅପେକ୍ଷା କରିଥଲେ l ପୋଲିସ ଓ ଆତ୍ମୀୟଙ୍କ ମଧ୍ୟରେ ଯୁକ୍ତି ତର୍କ ହେବାରୁ ରଞ୍ଜନଙ୍କ ଶବ ଏରସମା ମେଡ଼ିକାଲରେ ରଖି ଧାରଣା ଦେଇଥିଲେ ଗ୍ରାମବାସୀ l ପରେ ରଞ୍ଜନଙ୍କ ଶବକୁ ଏରସମା ଥାନା ଆଗରେ ରଖି ନ୍ୟାୟ ପାଇବା ପାଇଁ ଶତାଧିକ ବ୍ୟକ୍ତି ଧାରଣାରେ ବସିଥିଲେ l ଖବର ପାଇ ତିର୍ତ୍ତୋଲ ଏସ ଡି.ପି.ଓ ଚିନ୍ମୟ ରାଉତ ପହଞ୍ଚି ଧାରଣା କରୀଙ୍କୁ ବୁଝାଇବା ସହିତ ସ୍ଥାନୀୟ କିଛି ମୁଖ୍ୟ ବ୍ୟକ୍ତିଙ୍କ ସହିତ କଥା ହେଇଥିଲେ। ଘଟଣାର ନିରପେକ୍ଷ ତଦନ୍ତ ହେବ ଓ ଦୋଷୀଙ୍କୁ ଦଣ୍ଡ ମିଳିବ କହିବା ପରେ ଲୋକମାନେ ଧାରଣାରୁ ଉଠିଥିଲେ।
Article Image
5