କୁଜଙ୍ଗ / ତାଳଦଣ୍ଡା , 30/09/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ପରିସରରେ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଆଜି ମା ଜ୍ୟୋତିପ୍ରଭା ଦେବି ଙ୍କର ମହାନବମୀ ପୁଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ସ୍ୱୟଂ ଆବ୍ରୀଭୁତା ମା ଜ୍ୟୋତିପ୍ରଭା ଶିଶୁଅନନ୍ତ ଆଶ୍ରମ ଅରିଲୋରେ ଦ୍ରୀଘ ୫୦ ବର୍ଷ ରୁ ଅଧିକ ହେବ ପୁଜା ପାଇ ଆସୁଥିଲେ। ମା ନିଜେ ଆଶ୍ରମର ପ୍ରତିଷ୍ଠାତା ପଦ୍ମଶ୍ରୀ ବାବା ବଳିଆଙ୍କୁ ସ୍ୱପ୍ନାଦେଶ ହୋଇ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନର ଜଗନ୍ନାଥ ମନ୍ଦିର କୁ ଆସିବାକୁ ଇଚ୍ଛା ପ୍ରକାଶ କରିଥିଲେ।ମା ଜଗତଜନନୀଙ୍କ ଶୁଭ ଆଗମନ ତାଳଦଣ୍ଡା ରେ ଐତିହାସିକ ଗୌରବମୟ ପରିବେଶ ସୃଷ୍ଟି କରିଛି।ଆଜି ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ସମାବେଶ ସହ ହୋମଯଜ୍ଞ ଓ କନ୍ୟା ପୁଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସମସ୍ତ ଆଗନ୍ତୁକ ଭକ୍ତ ମାନେ ମା ଙ୍କ ଦିବ୍ୟ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି ମା ଙ୍କ ଅପାର କୃପାରୁ ଏହି ପାର୍ବଣ କୁ ଶାନ୍ତି ଓ ସମୃଦ୍ଧି ଦେବ ବୋଲି ବ୍ରହ୍ମ ଜଗନ୍ନାଥ ମିଶନ ତରଫରୁ ପ୍ରାର୍ଥନା କରାଯାଇଛି।