ଗୁଡାରି, 03/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
(୩୦/୯)ଗୁଡାରି ପୋଲିସ ଦ୍ୱାରା ଚୋରି କାର ଉଦ୍ଧାର କରାଯାଇଥିବା ବେଳେ ଘଟଣା ରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି ଗୁଣୁପୁର କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ ଗତ ୨୨. ୯. ୨୦୨୫ ତାରିଖରେ ଗୁଡାରି ଥାନା ଅନ୍ତର୍ଗତ ଟୂବୁଣି ଗ୍ରାମର ଜକ୍ଷ୍ୟ ପାଲକା ସ୍ଥାନୀୟ ମେଡିକାଲ ନିକଟରେ ନିଜ କାର ପାର୍କିଙ୍ଗ କରି ବ୍ୟକ୍ତିଗତ କାର୍ଯ୍ୟରେ ବିଶାଖାପାଟଣା ଯାଇଥିଲେ। ବିଶାଖାପାଟଣା ରୁ ଫେରି ଦେଖିବା ବେଳେ ପାର୍କିଙ୍ଗ ସ୍ଥଳରେ କାର ନଥିଲା। ନିଜ କାର ହଜିଥିବା ନେଇ ଜକ୍ଷ୍ୟ ସ୍ଥାନୀୟ ଥାନା ରେ ଗତ ୨୬. ୯.୨୦୨୫ ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଥାନା ରେ ୧୦୦/୨୫ କେଶ ରୁଜୁ ହୋଇଥିଲା। ଏତେଲା କୁ ଭିତ୍ତି କରି ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଘଟଣାକୁ ଗୁରୁତର ସହ ନେଇ ତନାଘନା ଆରମ୍ଭ କରିଥିଲେ। ଇନ୍ସପେକ୍ଟର ସଞ୍ଜୟ ଛତ୍ର ଏହି କେଶର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତଦନ୍ତ କରି ଚୋରି କାର (OR 02AS 0959) ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।