ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାବଣପୋଡି ଉତ୍ସବରେ ଓଏସ୍ ମାନଙ୍କୁ ସମ୍ବର୍ଦ୍ଧିତ

ଏରସମା, 03/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତରେ ବାଲିତୁଠ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ୩୪ ତମ ରାବଣ ପୋଡ଼ି ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ବାଲିତୁଠ ଉପର ବଜାର ପାଖରୁ ଅତିଥିମାନଙ୍କୁ ବାଜା ବାଣ ଫୁଟାଇ ଭବ୍ୟ ସ୍ୱାଗତ ସମ୍ବନ୍ଧନାରେ କମିଟିର ସଦସ୍ୟମାନେ ବାରୁଣୀ ପଡିଆ ଦେବୀ ମଣ୍ଡପ ପରିସର ଥିବା ମଞ୍ଚ ପାଖକୁ ପାଚ୍ଛେଟି ଆଣିଥିଲେ।
Article Image
ଏହି ରାବଣ ପୋଡ଼ି ଉତ୍ସବରେ ଡ଼ ଦେବଦତ୍ତ ସାମନ୍ତରାୟ ସଭାପତିତ୍ବ କରିଥିବା ବେଳେ ଶିକ୍ଷାବିତ ମହିରି କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାରେ ମୁଖ୍ୟ ଅତିଥିଭାବରେ ବାଲିକୁଦା -ଏରସମା ବିଜେପି ଯୁବନେତା ତଥା ବାଲିତୁଠ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି ଶ୍ରୀଯୁକ୍ତ ଶଶିକାନ୍ତ ପରିଡା,ଏବଂ ବିଶିଷ୍ଟ ଅତିଥି ଭାବରେ ବାଲିକୁଦା -ଏରସମା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସନ୍ନ ଜେନା ମହୋଦୟଙ୍କ ଦ୍ଵାରା ଉଦ୍ଘାଟନ ହୋଇଯାଇଛି। ଶଶୀକାନ୍ତ ପରିଡା ଏବଂ ବିଧାୟକ ଉକ୍ତ ରାବଣ ପ୍ରତିମୂର୍ତ୍ତି ରେ ଅଗ୍ନି ସଂଯୋଗ କରିଥିଲେ ।ଶ୍ରୀ ପରିଡ଼ା କହିଥିଲେ ମହିଷାରୂପି ରାକ୍ଷାସକୁ ବଦ୍ଧ କରିବା ପାଇଁ ପ୍ରତିବର୍ଷ ମା ଏ ଧରା ଧାମରେ ଜନ୍ମଗ୍ରହଣ କରିଥାନ୍ତି।ମା କରୁଣାମୟୀ ,ସେହ୍ନ ପ୍ରଦାୟନୀ, ଅଭୟଦାୟନି ସେ ତାର ଭକ୍ତଙ୍କ ପାଇଁ ଯୁଗେ ଯୁଗେ ମଙ୍ଗଳ କରିଥାନ୍ତି।ଏବଂ ସମସ୍ତେ ଭଲ କାମ କରିବା ହିଂସା ଭାବ ଛାଡି ସମସ୍ତେ ମିଳିମିଶି ଚଳିବା ଭାଇ ଚାରାର ଏ ଶାରଦୀୟ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳା ଭାବରେ ଏମିତି ପ୍ରତିବର୍ଷ କରିବା ,ମୁଁ ଏ ଅଞ୍ଚଳର ପୁଅ ମୁଁ ଯେତେ ଦୂରେ ରହିଲେ ବି ମୁଁ ଆପଣମାନଙ୍କ ନିକଟରେ ପହଞ୍ଚିବି ଏବଂ ମୋର ସହଯୋଗ ର ହାତ ବଢେଇବି ଆମର ଏ ବାଲିତୁଠର ସାର୍ବଜନୀନ ଦୁର୍ଗାପୂଜା କମିଟି ଦୀର୍ଘାଇ ହୋଉ ଏବଂ ପ୍ରତିବର୍ଷ ଏତିକି ମହା ଆଡମ୍ବରସହକାରେ ମା" ଙ୍କ ଶାରଦୀୟ ଦୁର୍ଗାପୂଜା ସହିତ ରାବଣପୋଡି ମଧ୍ୟ ଅନୁଷ୍ଠିତ ହେଉ ବେଲି ମା"ଙ୍କ ନିକଟରେ କହିଥିଲେ। ମୁଖ୍ୟ ବକ୍ତା ଭାବେ ଜିନ୍ଦଲ ଅଧିକାରୀ ଅଶୋକ କୁମାର ସାହା , ସମ୍ମାନିତ ଅତିଥି ଭାବେ ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,ଏରସମା ବ୍ଲକ ଉପାଧ୍ୟକ୍ଷ ବିକାଶ ରଞ୍ଜନ ପରିଡ଼ା,ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ ଦାସ, ପୂର୍ବତନ ସରପଂଚ ଶ୍ରୀ ବିଭୂରଞ୍ଜନ ସାମନ୍ତରାୟ, ପୂଜା କମିଟିର ସଭାପତି ବଂଶିଧର ଦାସ,ସମ୍ପାଦକ ଶିଶିର ରଞ୍ଜନ ଦାଶ, ସମାଜସେବୀ ପ୍ରକାଶ ଚନ୍ଦ୍ର ପାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ବାଲିତୁଠ ପଞ୍ଚାୟତ ଅନ୍ତର୍ଗତ ବଡଗବପୁରୁ ଗ୍ରାମର ଶ୍ରୀନିବାସ ଦାଶ ଓ ବାମଦେଇପୁରୁ ପଞ୍ଚାୟତ ଅନ୍ତର୍ଗତ କଙ୍କରଦିଆ ଗ୍ରାମର ସୁଭଦର୍ଶିନୀ ରାଉତରାଏ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଅତିଥି ଦୁଇ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ରାବଣ ପୋଡ଼ି ଉତ୍ସବକୁ ଶାନ୍ତି ଶୃଙ୍ଖଳା ପାଇଁ କୁଜଙ୍ଗ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସଜାଗ ରହିଥିଲେ। ଏବଂ ବାଣ ଫୁଟାଲି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ରଙ୍ଗୀନ ବାଣ ଫୁଟାପ୍ରତିଯୋଗିତା କରାଯାଇଥିଲା ଯାହାକୁ ଦେଖିବା ପାଇଁ ପାଖ ଆଖ ଅଞ୍ଚଳରୁ ହଜାର ହଜାର ଦର୍ଶକ ବାରେଣି ପଡିଆରେ ସମାଗମ ଦେଖିବାକୁ ମିଳିଥିଲା।ଏହି ରାବଣ ପୋଡ଼ି ଉତ୍ସବ କୁ ମନ ଭରି ଅଞ୍ଚଳବାସୀ ଉପୋଭୋଗ କରିଥିଲେ।
Article Image
5