ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ବ୍ଲକ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନ , ମିଶନ ଶକ୍ତି ବିଭାଗ ,ଓଡ଼ିଶା ସରକାର ଙ୍କ ତରଫରୁ "ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ" ପାଳିତ

ଏରସମା, 03/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଆଜି ଏରସମା ବ୍ଲକ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନ , ମିଶନ ଶକ୍ତି ବିଭାଗ , ଓଡ଼ିଶା ସରକାର ଙ୍କ ତରଫରୁ "ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ" ପାଳିତ ହେଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ସୌମ୍ୟ ରଂଜନ ବିଶ୍ବାଳ ଯୋଗ ଦେଇଥିବା ବେଳେ ସଭା ପରିଚାଳନା କରିଥିଲେ ବିଶିଷ୍ଟ ସମାଜ ସେବକ ଶ୍ରୀ ଶଶି ଭୂଷଣ ସ୍ୱାଇଁ । ଓଡ଼ିଶା ଜୀବିକା ମିଶନ ର ଅକାଉଣ୍ଟାଣ୍ଟ ଶ୍ରୀ ଜ୍ଞାନ ରଞ୍ଜନ ବାରିକ୍ ପ୍ରଥମେ ବରିଷ୍ଠ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଉତ୍ସବ ପରିପ୍ରେକ୍ଷୀରେ ସ୍ବାଗତ ଭାଷଣ ଦେଇଥିବା ବେଳେ ବିପିଏମ୍ ଶ୍ରୀମତୀ ଅନିତା ସ୍ୱାଇଁ ଉତ୍ସବର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଏଲ୍ସୀ ଗୁଣନିଧି ସ୍ୱାଇଁ , ସମାଜ ସେବୀ ରବି ଦାସ , ତ୍ରିଲୋଚନ ସ୍ବାଇଁ , ନିବାରଣ ନାୟକ ଓ ଅର୍ଜୁନ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଆଜିର ସମାଜ ରେ ବରିଷ୍ଠ ମାନଙ୍କ ପ୍ରତି ହେଉଥିବା ଅବହେଳା ଉପରେ ଆଲୋକପାତ କରିବା ସହିତ କିପରି ଯୁବ ସମାଜ ଏଥିପ୍ରତି ଯତ୍ନବାନ ହେବ ୟା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବିଶ୍ଵାଳ ମହୋଦ୍ୱୟ ବରିଷ୍ଠ ମାନେ କିପରି ଯୋଗ ଆସନ ଓ ପ୍ରାଣାୟାମ ଦ୍ଵାରା ଶରୀର କୁ ସୁସ୍ଥ ରଖିବା ସହିତ ସରକାରୀ ସ୍ତରରେ ଆସୁଥିବା ବିଭିନ୍ନ ସୁବିଧା ରୁ ଲାଭ ଉଠାଇ ପାରିବେ ୟା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସମସ୍ତ ବରିଷ୍ଠ ବ୍ୟକ୍ତିତ୍ଵ ଙ୍କୁ ଉତ୍ତରୀୟ , ସତ୍ ସାହିତ୍ୟ ସହିତ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଶେଷ ଭାବେ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ସ୍ଵାଧୀନ ଚିନ୍ତା ଧାରାର ମଣିଷ ରାଜା ନିରଞ୍ଜନ ପ୍ରସାଦ ଦାସ ଙ୍କୁ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ ସତ ସାହିତ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
Article Image
4