ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ଆରଏସଏସର ଶତାବ୍ଦୀ ସମାରୋହ ଅନୁଷ୍ଠିତ

ବୁଗୁଡ଼ା, 03/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସ୍ଏସ୍)ର ଏକ ଶତ ବର୍ଷ ପୂର୍ତ୍ତିରେ ଭାରତର କୋଣ ଅନୁକୋଣରେ ଶତାବ୍ଦୀ ଉତ୍ସବ ପାଳନ ହେଉଥିବା ପରିପ୍ରେକ୍ଷୀରେ ସ୍ଥାନୀୟ ବିରଞ୍ଚି ନାରାୟଣ ପ୍ରଭାତ ଶାଖା ପକ୍ଷରୁ ମଧ୍ୟ ଉକ୍ତ ଶତାବ୍ଦୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ପାଳନ ଅବସରରେ ଶତାଧିକ ସ୍ବଂୟସେବକ ଗଣବେଶରେ ଭବ୍ଯ ସଞ୍ଚାଳନରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରରୁ ବାହାରି ନଗର ଭ୍ରମଣ କରିଥିଲେ। ଏଥି ସହ ଶିଶୁ ମନ୍ଦିର ବନ୍ଦନା ମଣ୍ଡପ ପରିସରରେ ଆୟୋଜିତ ଶତାବ୍ଦୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଇଓ ତଥା ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ ଚନ୍ଦ୍ର ସେନାପତି ଏବଂ ମୁଖ୍ୟ ବକ୍ତା ଭାବେ ପ୍ରାନ୍ତ କିଶାନ ସଂଘର ଉପସଭାପତି ଗୋପାଳ ଚନ୍ଦ୍ର ନାୟକ ଯୋଗ ଦେଇ ସଂଘର ଗୌରବମୟ ଏକଶତ ବର୍ଷର ଇତିହାସ ଉପରେ ଆଲୋକପାତ କରିଥିଲେ। ଏ ଅବସରରେ ସଂଘର ଶତାବ୍ଦୀ ବର୍ଷରେ ପଞ୍ଚ ପରିବର୍ତ୍ତନ ଯଥା ସାମାଜିକ ସମରସତା, ପର୍ଯ୍ଯାବରଣ, ସ୍ବଜାଗରଣ , କୁଟୁମ୍ବ ପ୍ରବୋଧନ, ନାଗରିକ କର୍ତ୍ତବ୍ୟ ଆଦି ପାଞ୍ଚଟି ଆହ୍ବାନ ସମ୍ପର୍କେ ବ୍ଯାପକ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା କାର୍ଯ୍ଯକାରୀ ସଦସ୍ୟ ଜୟନ୍ତ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନାଚାର୍ଯ୍ଯ ଆଟଲ ଲିଙ୍ଗରାଜ ବ୍ଯକ୍ତିଗତ ସଙ୍ଗୀତ ଗାନ କରିଥିଲା ବେଳେ ଏଥିରେ ଖଣ୍ଡ କାର୍ଯ୍ୟବାହ ଭଗବତ ଜେନା, ସେବା ପ୍ରମୁଖ ଦୁର୍ଗା ପ୍ରସାଦ ଦାଶ, ଶାରୀରିକ ପ୍ରମୁଖ ବ୍ରଜବନ୍ଧୁ ପ୍ରଧାନ, ମାନସ ପ୍ରଧାନ ଓ ବ୍ଯବସ୍ଥା ପ୍ରମୁଖ ରଜତ ପୃଷ୍ଠିଙ୍କ ସମେତ ବହୁ ସ୍ବଂୟସେବକ ଉପସ୍ଥିତ ରହିଥିଲେ।
Article Image
5