ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମ୍ୟ ଉନ୍ନୟନ ଅଣୁ ଯୋଜନା ପୁସ୍ତିକା ଉନ୍ମୋଚନ।

ରାୟଗଡା / କାଶୀପୁର, 04/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ WHH ଜଳଛାୟା ସହାୟତା ସେବା ଏବଂ କାର୍ଯ୍ୟକଳାପ ନେଟୱାର୍କ (WASSAN) ଆନୁକୂଲ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗ୍ରାମ୍ୟ ଉନ୍ନୟନ ଅଣୁ ଯୋଜନା ପ୍ରସ୍ତୁତି ପୁସ୍ତିକା ରାୟଗଡା ଜ଼ିଲ୍ଲା ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା କୁମାରୀ ସରସ୍ବତୀ ମାଝୀଙ୍କ କରକୋମଳ ରେ ପୁସ୍ତିକାଟିକୁ ଉନ୍ମୋଚନ କରାଯିଇଥିଲା | କୃଷି ଓ କୃଷକଙ୍କ ସାମୁହିକ ବିକାଶ ନିମନ୍ତେ , ଗ୍ରାମ ପଞ୍ଚାୟତର ପ୍ରାକୃତିକ ସମ୍ବଳ ବିକାଶ ଓ ସୁପରିଚାଳନା ନିମନ୍ତେ ଏହି ପୁସ୍ତିକାଟିକୁ ଡବ୍ଲୁଏଚଏଚ ସହାୟତାରେ ଜଳଛାୟା ସହାୟତା ସେବା ଏବଂ କାର୍ଯ୍ୟକଳାପ ନେଟୱାର୍କ (WASSAN ସଂସ୍ଥା ଦ୍ୱାରା ପ୍ରସ୍ତୁତି କରାଯାଇଛି | ଗ୍ରାମାଞ୍ଚଳର ତୃଣମୂଳ ସ୍ତରରେ କାମକରୁଥିବା ପଞ୍ଚାୟତିରାଜ ସଦସ୍ୟ ସଦସ୍ୟା, ସରକାରୀ ଓ ବେସରକାରୀ କର୍ମଚାରୀ ଓ କୃଷକମାନଙ୍କୁ ଏହି ପୁସ୍ତିକା ଗ୍ରାମାଞ୍ଚଳର ଅଣୁ ଯୋଜନା, ଗ୍ରାମ ଓ ଗ୍ରାମବାସୀଙ୍କ ବିକାଶ ନୀତି ପ୍ରସ୍ତୁତି କରିବାରେ ସହାୟକ ହୋଇପାରିବ ବୋଲି ଜ଼ିଲ୍ଲା ଅଧ୍ୟକ୍ଷା କୁମାରୀ ସରସ୍ବତୀ ମାଝୀ କହିଥିଲେ |
Article Image
ପୁସ୍ତିକାର ଲକ୍ଷ୍ୟ ଓ ଉଦେଶ୍ୟ ଗ୍ରାମାଞ୍ଚଳରେ ଅଣୁ ଯୋଜନା କିପରି ପ୍ରସ୍ତୁତି କରାଯାଇପାରିବ , ପାରମ୍ପରିକ ଖାଦ୍ୟ , ଓ ପ୍ରାକୃତି ତଥା ସମ୍ମନିତ ଏବଂ ବିଲୁପ୍ତ ହେଉଥିବା କୃଷିକୁ କିପରି ସୁଦୃଢ କରାଯାଇପାରିବ ସେ ଉପରେ ସରଳ ଓ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି । ମୁଖ୍ୟତଃ ଏହି ପୁସ୍ତକା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକଙ୍କ ଅର୍ଥନୀତିର ବିକାଶ, ବିଲୁପ୍ତ ହେଉଥିବା ସମ୍ମନିତ ଓ ପାରମ୍ପାରିକ କୃଷିର ଉନ୍ନତି ହେବା ସହ କେମିତି ବଜାୟ ରହିବ, ଲୋକେ ଜୈବିକ ଖତସାର କିପରି ପ୍ରୟୋଗ କରି କୃଷିର ବିକାଶ କରିପାରିବେ, ଓଡ଼ିଶାର ବିଭିନ୍ନ ତୃଣମୂଳ ସ୍ଥଳରେ ବସବାସ କରୁଥିବା ଗ୍ରାମୀଣ ବାସିନ୍ଦା ମାନଙ୍କର ଅତ୍ୟନ୍ତ ସହାୟକ ହୋଇପାରିବ ବୋଲି ଏହି ଯୋଜନାକୁ ଚାଷୀଙ୍କ ମାହଲରେ ଅତ୍ୟନ୍ତ ପ୍ରଶଂସା ହେଉଛି।
6