ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ।

ଏରସମା, 05/10/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ରାବଣ ପୋଡିଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀପ୍ତିରଞ୍ଜନ କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ରାବଣ ପୋଡିଉତ୍ସବ ସଭାରେ ମୁଖ୍ୟ ଅତିଥ୍‌ ଭାବରେ ଯୋଗଦେଇଥିଲେ ପୂର୍ବତନ ମନ୍ତ୍ରୀ ବା ମାହାଙ୍ଗା ର ପୂର୍ବତନ ବିଧାୟକ ପ୍ରତାପଜେନା, ମୁଖ୍ୟ ବକ୍ତା ଭାବେରେ ଯୋଗଦେଇଥିଲେ ପୂର୍ବତନ ବିଧାୟକ ଜଗତସିଂହପୁର ବା ଓଡ଼ିଶା ରାଜନୀତି ର ଲୋକପ୍ରିୟ ବିଧାୟକ ପ୍ରଶାନୃମୁଦୁଲି ,ସମ୍ମାନିତ ଅତିଥ୍‌ ଭାବରେ ଯୋଗଦେଇଥିଲେ, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ର ଯୁବ ବିଧାୟକ ସାରଦାପ୍ରସନ୍ନଜେନାଙ୍କ ସହିତ ଜିଲା ପରିଷଦ ସଭ୍ୟ ପ୍ରଣବ ସ୍ବାଇଁ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଯୁବ ନେତା ପାର୍ଥ ସାରଥ୍ ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶା ପ୍ରଶାସନିକସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା
Article Image
Article Image
ବାଲିକୁଦା–ଏରସମାର ୬ ଜଣ ଛାତ୍ରଙ୍କ ସହ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖୁଥ‌ିବା କୃତୀ ଛାତ୍ରଙ୍କୁ ସମ୍ବନ୍ଧିତ କରାଯାଇଥିଲା। ଲୋକନାଥ ମହାନ୍ତି ଅତିଥ୍ ପରିଚୟ ପ୍ରଦାନ କରିଥିବା ବେଳେ ବେଳେ ଆଞ୍ଚଳିକ ଯୁବ ପରିଷଦର ସଭାପତି ଜ୍ଯୋତିରଞ୍ଜନ କୁଅଁର ପ୍ରାରମ୍ଭିକ ଭାଷଣ ଦେଇଥିଲେ।
91