ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାନସୁକା ଗ୍ରାମରେ ନେଟୱର୍କ ସମସ୍ୟା

ବୁଗୁଡ଼ା / କାନସୁକା, 05/10/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମରେ ଦୀର୍ଘ ଦିନ ଧରି ମୋବାଇଲ୍ ନେଟୱର୍କର ଘୋର ସମସ୍ୟା ଦେଖାଦେଇଛି। ବିଶେଷ କରି ଅଗ୍ରଣୀ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ ଏବଂ ଏଆରର୍ଟଲ ର ନେଟୱର୍କ ଏଠାରେ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କାନସୁକା ଗ୍ରାମ ନିକଟସ୍ଥ ବେଠିଆବୋରଦା ଗ୍ରାମରେ ଜିଓ ଏବଂ ଏଆରର୍ଟଲ ର ଟାୱାର ଥିଲେ ମଧ୍ୟ ସେଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁନାହିଁ। ଗ୍ରାମର ଅଧିକାଂଶ ଅଞ୍ଚଳରେ ନେଟୱର୍କ 'ଜିରୋ' ରହୁଥିବା ବେଳେ କେବଳ କିଛି ଉଚ୍ଚ ସ୍ଥାନ ବା ଖୋଲା ପଡ଼ିଆରେ ଅଳ୍ପ ସମୟ ପାଇଁ ୨ଜି (2G) ବା ଖୁବ୍ କମ୍ ସ୍ପିଡ୍ ରେ ଡାଟା ମିଳୁଛି। ଏହି କାରଣରୁ ଫୋନ୍ କଲ୍ କରିବା, ଇଣ୍ଟରନେଟ୍ ବ୍ୟବହାର କରିବା କିମ୍ବା ଅନଲାଇନ୍ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଛି।କାନସୁକା ଗ୍ରାମବାସୀ ତୁରନ୍ତ ଜିଓ ଏବଂ ଏଆରର୍ଟଲ କମ୍ପାନୀର ଅଧିକାରୀମାନଙ୍କୁ ସେମାନଙ୍କ ଟାୱାରଗୁଡ଼ିକୁ ଠିକ୍ କରିବା ପାଇଁ କିମ୍ବା ନୂତନ ଟାୱାର ସ୍ଥାପନ କରିବା ପାଇଁ ଦାବି କରିଛନ୍ତି। ସେମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ନହୁଏ, ତେବେ ସେମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ।ଡିଜିଟାଲ୍ ଇଣ୍ଡିଆର ଏହି ସମୟରେ, ଏହି ଗ୍ରାମର ନେଟୱର୍କ ସମସ୍ୟା ଟେଲିକମ୍ କମ୍ପାନୀମାନଙ୍କର ଅବହେଳାକୁ ସ୍ପଷ୍ଟ ଭାବରେ ଦର୍ଶାଉଛି।
Article Image
6