କୁଜଙ୍ଗ , 05/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ବିଜୁ ଜନତା ଦଳର ଜଗତସିଂହପୁର ଜିଲ୍ଲା ସାମାଜିକ ଗଣମାଧ୍ଯମ ସଂଯୋଜକ ଭାବେ ରଞ୍ଜିତ ପଣ୍ଡା ଙ୍କୁ ନିଯୁକ୍ତ କରିଥିବା ଜଣାପଡିଛି। ଶ୍ରୀଯୁକ୍ତ ପଣ୍ଡା ଜଣେ ସାମ୍ବାଦିକ ଭାବେ ଜଗତସିଂହପୁର ଜିଲ୍ଲାରେ ବେଶ୍ ପରିଚିତ ଅଟନ୍ତି।ତାଙ୍କର ଏହି ନୂତନ ନିଯୁକ୍ତି ପାଇଁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ରାଜ୍ୟ ଯୁବବ୍ୟାପାର ସାଧାରଣ ସମ୍ପାଦକ ଅମରେଶ ପତ୍ରୀ,ପୂର୍ବତନ ରାଜ୍ୟସଭା ସାସଂଦ ଅମର ପଟ୍ଟନାୟକ,ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଜଜ୍ୟୋତି ରଂଜନ ଜେନା, ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ଯୁବ ବିଜେଡି ପୂର୍ବତନ ସାଧାରଣ ସମ୍ପାଦକ ଶାନ୍ତିସ୍ୱରୂପ ଦାସଙ୍କୁ ଶ୍ରୀ ପଣ୍ଡା କୃତଜ୍ଞତା ଜଣାଇଛନ୍ତି।
ସେହିପରି ଶ୍ରମିକ ନେତା ବାପି ସର୍ଖେଲ,ବିଜେଡି ଜିଲ୍ଲା ଉପସଭାପତି ପୀତାମ୍ବର ତରାଇ, କୁଜଙ୍ଗ ପଂଚାୟତ ସମିତି ଅଧ୍ଯକ୍ଷା ନୀନାରାଣୀ ସାହୁ,ଜ୍ୟୋତିକାନ୍ତ ପରିଡା଼, ସୁଢଳ କୁମାର ସ୍ଵାଇଁ, ଅରୁଣ ବେହେରା, ବ୍ରଜ ମହାରାଜ, ମାନରଂଜନ ମଲ୍ଲ, ଜିତେନ ମଣ୍ଡଳ, ରଘୁନାଥ ସାହୁ, ସୁଧାଂଶୁ ବେହେରା, ବିକ୍ରମ ରାଉତରାୟ, ଅରୁପ୍ରସାଦ ମହାନ୍ତି, ଛବିଲତା ରାଉତ, ଦିସ୍ତୀଭାନୁ ପାଣି,ସୂର୍ଯ୍ୟକାନ୍ତ ସାମନ୍ତରାୟ ପ୍ରମୁଖ ଶ୍ରୀ ପଣ୍ଡାଙ୍କୁ ନୂତନ ଦାୟିତ୍ଵ ପାଇଁ ଅଭିନନ୍ଦନ ଜଣାଇଛନ୍ତି।