ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦ୍ଵୀପ ଗଡ଼ ସେବା ସମବାୟ ସମିତିରେ ସମବାୟ ସପ୍ତାହ ପାଳିତ।

ପାରାଦ୍ଵୀପ ଗଡ଼, 17/11/2024, ଉତ୍କଳ voice news - utkalvoicenews.comକୁଜଙ୍ଗ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାରାଦ୍ଵୀପ ଗଡ଼ ସେବା ସମବାୟ ସମିତି ପକ୍ଷରୁ ସମବାୟ ସପ୍ତାହ ପାଳନ ହୋଇଯାଇଛି।ତେବେ ୧୯୫୮ମସିହାରୁ ପାରାଦ୍ଵୀପ ଗଡ଼ରେ ଅବସ୍ଥିତ 'ପାରାଦ୍ଵୀପ ଗଡ଼ ସେବା ସମବାୟ ସମିତି' ପାରାଦ୍ଵୀପ ଗଡ଼ ଓ ନୂଆଗଡ ଗ୍ରାମ ପଞ୍ଚାୟତ ଚାଷୀ ମାନଙ୍କୁ ନେଇ ଗଠିତ ହେଇଛି।ମାତ୍ର ଦୁଇଟି ପଞ୍ଚାୟତର ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସ୍ୱଳ୍ପ ସୁଧ ହାରରେ ଋଣ ନେଇ ଚାଷ ଓ ବ୍ୟବସାୟ କରି ଆସୁଛନ୍ତି।ଏହା ସହ ଚାଷୀ ମାନେ ସେମନଙ୍କର ଉତ୍ପାଦିତ ଧାନକୁ ଏହି ସମବାୟ ସମିତି ମାଧ୍ୟମରେ ମଣ୍ଡିରେ ବିକ୍ରି କରି ଦୁଇ ପଇସା ରୋଜଗାର କରିବା ସହ ଲାଭବାନ ମଧ୍ଯ ହେଉଛନ୍ତି।ଉକ୍ତ ସମବାୟ ସମିତି ସହିତ ଏହି ସମିତିରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମିନି ବ୍ୟାଙ୍କ ଶାଖା ମଧ୍ଯ କାର୍ଯ୍ୟ କରୁଛି।ସମବାୟ ସପ୍ତାହ ଅବସରରେ ସମିତିର ସଭାପତି ତଥା ପାରାଦ୍ଵୀପ ଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା "ସମବାୟ ପତାକା" ଉତ୍ୱଳନ କରିଥିଲେ।ପରେ ପରେ ଉପସ୍ଥିତ ଥିବା ସଭ୍ୟ/ସଭ୍ୟା ମାନଙ୍କୁ ଧାନର ଜାତୀୟ ସହାୟକ ମୂଲ୍ୟ ୨ହଜାର ୩ଶହ ଟଙ୍କା ସହିତ ରାଜ୍ୟ ସରକାର ବୋନସ ଦେଉଥିବା ୮ଶହ ଟଙ୍କାକୁ ମିଶାଇ ଧାନ କ୍ଵିଣ୍ଟାଲ ପ୍ରତି ୩ହଜାର ୧ଶହ ଟଙ୍କା ମିଳିବ ବୋଲି ଶ୍ରୀମତୀ ବେହେରା ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମିତି ସମ୍ପାଦକ କୁଳମଣି ମହାପାତ୍ର,ସହ ସମ୍ପାଦକ ତନ୍ମୟ ମଲ୍ଲିକ,ପ୍ରଦୀପ ସ୍ୱାଇଁ,ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା,ବିଷ୍ଣୁ ଚରଣ ସାହୁ,ରମେଶ ଚନ୍ଦ୍ର ବେହେରା,ଶ୍ରୀପତି ସ୍ୱାଇଁ,ସତ୍ୟନାରାୟଣ ମହାପାତ୍ର,ରଞ୍ଜିତା ସାହୁ,ପ୍ରଦୀପ ବେହେରା,ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
Article Image
1