ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମାରେ ରାବଣପୋଡ଼ି ମହୋତ୍ସବ

ଏରସମା, 05/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ସାର୍ବଜନୀନ ଦୂର୍ଗା ପୂଜା କମିଟି ପକ୍ଷରୁ, ଶୁକ୍ରବାର ସନ୍ଧ୍ୟାରେ,ରାବଣପୋଡ଼ି ମହୋତ୍ସବ ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଛି।ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ଆୟୋଜିତ ଉତ୍ସବରେ,ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ,ଅଧର୍ମ,ଅନୀତି ଓ ଅହଙ୍କାର ରୂପି ରାବଣକୁ ବିନାଶ କରିଥିବା ମାତ୍ରୃଶକ୍ତି ଆଜିର ସମାଜରେ ନିର୍ଯାତିତ ବୋଲି କହିଥିଲେ।ତେବେ ଚାଷୀଙ୍କୁ ସାର ନମିଳିବା ସଂପୂର୍ଣ୍ଣ ଏକ ନୂଆକଥା ଏବଂ ସୂଭଦ୍ରା ଯୋଜନା ଦିଗହରା ବୋଲି କହିଥିଲେ।ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ,ସ୍ଵର୍ଗତ ନେତା ଡ଼ା, ଦାମୋଦର ରାଉତଙ୍କ ଦ୍ଵାରା ଏରସମାରେ ରାବଣପୋଡ଼ି ଉତ୍ସବର ଶୁଭାରମ୍ଭ କରାଯାଇଥିଲା ବୋଲି କହି, ଐତିହ୍ୟ ପରମ୍ପରା ଓ ମାଟିର ମର୍ଯ୍ୟାଦା ରଖିବା ସଭିଙ୍କର କର୍ତ୍ତବ୍ୟ ହେବା ଉଚିତ୍ ବୋଲି କହିଥିଲେ।ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ,ବର୍ତ୍ତମାନ ପରିସ୍ଥିତିରେ ମାତ୍ରୃଶକ୍ତି ଜାଗ୍ରତ ହେବାପାଇଁ ଆହ୍ୱାନ ଦେଇଥିଲେ।କନ୍ୟାଭ୍ରୂଣ ରକ୍ଷା ଓ ନିଶାମୁକ୍ତ ସମାଜ ଉପରେ ଗୁରୁତ୍ବ ଆରୋପ କରିଥିଲେ।ଦିପ୍ତିରଞ୍ଜନ କୁଅଁରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ସ୍ଵାଇଁ,ସରପଞ୍ଚ ସଚ୍ଚିଦାନନ୍ଦ ଦାସ,ବାଲିକୁଦା ଏରସମା ଯୁବ ବିଜେଡି ସଭାପତି ପାର୍ଥସାରଥୀ ରାଉତ ପ୍ରମୁଖ ଯୋଗଦେଇ ଥିଲେ।ଲୋକନାଥ ମହାନ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ,ଅନୁଷ୍ଠାନର ସମ୍ପାଦକ ଜ୍ୟୋତି ରଞ୍ଜନ କୁଅଁର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଆତସବାଜି ପ୍ରତିଯୋଗିତା ସହିତ ରାବଣ ପୋଡି କରାଯାଇଥିଲା।
5