ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ନୀମିଢ଼ି ମା ରାମଚଣ୍ଡୀ ୟୁଥ୍ କ୍ଲବ୍ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର l

ପାରାଦୀପ ଗଡ / ନୀମିଢ଼ି, 05/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ/କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଭୂମିକା ଚକ୍ଷୁ ହସ୍ପିଟାଲ୍, ଜଗତସିଂହପୁର ଆନୁକୁଲ୍ୟରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସହାୟତାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର "ମା ରାମଚଣ୍ଡୀ ୟୁଥ୍ କ୍ଳବ୍" ନିମୀଢ଼ି ପରିସର ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ରେ ୩୫ ଜଣ ଚକ୍ଷୁ ରୋଗୀ ସେମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ l ସେମାନଙ୍କ ମଧ୍ୟରୁ ୦୭ ଜଣ ରୋଗୀ ଙ୍କୁ ମୋତିଆ ବିନ୍ଦୁ ଓ ଅନ୍ୟାନ୍ୟ ଅସ୍ତ୍ରପଚାର ପାଇଁ ଭୂମିକା ଚିକିତ୍ସାଳୟ,ଜଗତସିଂହପୁର କୁ ପଠା ଯାଇଛି l ଉକ୍ତ ଶିବିର କୁ ସର୍ଜରୀ ସହାୟିକା ମଧୁସ୍ମିତା କାଣ୍ଡି, ଦିପାଞ୍ଜଳି ସାହୁ, ଏ.ଏଚ.ଏମ୍. ଅଜୟ କୁମାର ଦାସ, ସତ୍ୟନାରାୟଣ ମହାପାତ୍ର, ରାକେଶ ସାହୁ, ହମେଶ ରାଉତ, ନାରାୟଣ ପାଲ, ଚିଟୁନା ରାଉତ, ଦିପୁନା ସେଠୀ, ଜୟରାମ ସାହୁ, ସରୋଜ ପାଲାଇ ପ୍ରମୁଖ ପରିଚାଳନା କରିଥିଲେ l ପ୍ରତି ମାସରେ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଏହିପରି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଛନ୍ତି l
Article Image
Article Image
3