ପାରାଦୀପ ଗଡ / ଚୁନବେଲାରି ଗ୍ରାମ, 05/10/2025, ଉତ୍କଳ voice news - utkalvoicenews.com ( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ହିମାଚଳ ପ୍ରଦେଶର ର ସୋଲାନ ଠାରେ ଆୟୋଜିତ ଜାତୀୟ ଅମେଚର୍ କିକ୍ ବକ୍ସ ବକ୍ସିଂ ଚମ୍ପିଆନସିପ୍-୨୦୨୫ ରେ ଜଗତସିଂହପୁର କରାଟେ ଆସୋସିଏସନ୍, ପାରାଦୀପ ର ସଭ୍ୟା ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ଚୁନବେଲାରି ଗ୍ରାମର ବିଚିତ୍ର ପ୍ରଧାନ ଙ୍କ ଝିଅ ଶୁଭଶ୍ରୀ ପ୍ରଧାନ ଓଡ଼ିଶା ତରଫରୁ ଅଂଶ ଗ୍ରହଣ କରି ୫୨ କି. ଗ୍ରା. ବର୍ଗ ରେ ଓଡ଼ିଶା ପକ୍ଷରୁ ଏକମାତ୍ର ସ୍ୱର୍ଣ୍ଣ ପଦକ ହାସଲ ହାସଲ କରିବା ସହିତ
ଏସିଆନ୍ ଗେମ୍ ପାଇଁ ମନୋନୀତ ହୋଇଛନ୍ତି l ଶୁଭଶ୍ରୀ ସାରା ଦେଶରେ ଓଡ଼ିଶା ସମେତ ଜଗତସିଂହପୁର ଓ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ପାଇଁ ଗୌରବ ଆଣି ଥିବାରୁ ଆଜି ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ତରଫରୁ "ପଞ୍ଚାୟତ ସଂସଦ" ପରିସରରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଓ ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ବାସଭବନ କାର୍ଯ୍ୟାଳୟ ରେ ମାନପତ୍ର, ଉତ୍ତୋରୀୟ ଓ ପ୍ରମାଣ ପତ୍ର ଦେଇ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଜଗତସିଂହପୁର ପାରାଦୀପ କରାଟେ ଆସୋସିଏସନ୍ ର କୋଚ୍ ଅମରଜିତ୍ ରାଉତ, ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଗଗନ ବିହାରୀ ରାଉତ, ଦେବ ଦୁର୍ଲ୍ଲଭ କର, ସତ୍ୟନାରାୟଣ ମହାପାତ୍ର, ଚନ୍ଦନ ନାୟକ, ବିଚିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶୁଭଶ୍ରୀ ପ୍ରଧାନ ଙ୍କ ର ଉତ୍ତର ତୋର ଉନ୍ନତି କାମନା କରିଥିଲେ l