ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ନୀଳକଣ୍ଠପୁରରେ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଢ଼େଙ୍କାନାଳ, 05/10/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ବାଜି ରାଉତଙ୍କ ସାହସ ଆମପାଇଁ ପ୍ରେରଣା ହେଉ।
Article Image
ବାଜି ରାଉତଙ୍କ ନାମରେ ହେବ ଯୋଜନା ଓ ଭୁବନେଶ୍ୱରରେ ଏକ ରାସ୍ତା ନାମିତ ହେବ। ବାଜି ରାଉତଙ୍କ ଜୀବନ ସ୍ୱଳ୍ପ, କିନ୍ତୁ ତାଙ୍କ ବୀରଗାଥା ଚିରଦିନ ପାଇଁ ପ୍ରେରଣାଦାୟୀ।
Article Image
୧୨୦ କୋଟି ଟଙ୍କାରେ ବାଜି ରାଉତ ସ୍ପୋର୍ଟସ କମ୍ପ୍ଲେକ୍ସ ହେବ ଯୁବଗର୍ବଙ୍କ ଉତ୍ଥାନର କେନ୍ଦ୍ର। ୫୦ ହଜାର କୋଟିର ଶିଳ୍ପ ତଥା ୩୦ ହଜାର କୋଟିର ସୌର ଶିଳ୍ପରେ ସମୃଦ୍ଧ ହେବ ଢେଙ୍କାନାଳ। ଭାରତର ଗୌରବ, ଓଡ଼ିଶାର ଗର୍ବ ସହିଦ ବାଜି ରାଉତଙ୍କ ସାହସ ଓ ତ୍ୟାଗ ଓଡ଼ିଆ ଜାତିର ବୀରତ୍ବ ବଖାଣେ । ମାତ୍ର ୧୨ବର୍ଷ ବୟସରେ ସେ ବ୍ରିଟିଶ ଗୁଳି ଆଗରେ ଛାତି ପତେଇଦେଇଥିଲେ । ବାଜି ରାଉତଙ୍କ ସାହସ ଯୁବଗର୍ବଙ୍କ ଆଦର୍ଶ । ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନରେ ବାଜି ରାଉତଙ୍କ ପଥ ଅନୁସରଣୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଢେଙ୍କାନାଳ ଭୁବନର ବାଜି ରାଉତଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁର ଠାରେ ଆୟୋଜିତ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗଦେଇ ଆଜି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବାଜି ରାଉତଙ୍କ ଆଦର୍ଶକୁ ଉଜ୍ଜିବିତ ରଖିବାକୁ ଭୁବନେଶ୍ବରରେ ଏକ ରାସ୍ତାକୁ ବାଜି ରାଉତଙ୍କୁ ନାମରେ ନାମିତ କରାଯିବା ସହ ବାଜି ରାଉତଙ୍କ ନାମରେ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ବାଜି ରାଉତଙ୍କ ସ୍ମୃତି ପିଠରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବାଲୁକା କଳା ଓ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ବାଜି ରାଉତଙ୍କ ସ୍ମୃତି ଚାରଣ କରି କହିଥିଲେ, ଭାରତର କନିଷ୍ଠତମ ସ୍ଵାଧୀନତା ସଂଗ୍ରାମୀଭାବେ ବୀର ବାଳକ ଶହିଦ ବାଜି ରାଉତଙ୍କ ଜୀବନ ସ୍ୱଳ୍ପ, କିନ୍ତୁ ତାଙ୍କର ବୀରଗାଥା ଚିରଦିନ ପାଇଁ ପ୍ରେରଣାଦାୟୀ। ତାଙ୍କ କର୍ତ୍ତବ୍ୟ, ଦେଶ ଓ ଜାତି ପାଇଁ ଅବଦାନ ପାଖରେ ଆଜି ଏ ଓଡିଆ ଜାତି ନତ ମସ୍ତକ। ବାଜି ରାଉତଙ୍କର ଅସାଧାରଣ ଦେଶ ପ୍ରେମ, ସାହାସ ଓ ଅସୀମ ତ୍ୟାଗ ଆଜି ଓଡିଆ ଜାତି ପାଇଁ ମହାନ ଗର୍ବ ଓ ଗୌରବର ପ୍ରତୀକ। ଏକ ଛୋଟ ଗାଁରେ ଜନ୍ମ ହୋଇଥିଲେ ମଧ୍ୟ ସାରା ଜାତି ଓ ଜନ୍ମଭୂମି ପାଇଁ ମାତ୍ର ୧୨ ବର୍ଷ ବୟସରେ ଜୀବନ ଉତ୍ସର୍ଗ କରି ଆଗାମୀ ପିଢି ନିମନ୍ତେ ସେ ପାଲଟି ଗଲେ ପ୍ରେରଣାର ଉତ୍ସ। ଆଜିର ଯୁବ ପିଢି ତାଙ୍କର କର୍ତ୍ତବ୍ୟ ନିଷ୍ଠା, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ। ସବୁବେଳେ ନିଜ ଜାତିର ସମ୍ମାନ ରଖିବା, ଏବଂ ସମୃଦ୍ଧ ଓଡିଶା, ବିକଶିତ ଭାରତ ଗଠନରେ ସହିଦ ବାଜି ରାଉତଙ୍କ ପଥକୁ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ବରପୁତ୍ର ମାନେ ହେଉଛନ୍ତି ଆମର ଆଦର୍ଶ। ଆମ ସରକାର ନିଷ୍ପତ୍ତି ନେଇଛନ୍ତି, ରାଜ୍ୟର ମହାପୁରୁଷ ଓ ମହାମନୀଷୀଙ୍କ ଜୟନ୍ତୀ କିମ୍ବା ବଳିଦାନ ଦିବସ ଭୁବନେଶ୍ଵର ନୁହେଁ, ତାଙ୍କ ଜନ୍ମମାଟିରେ ପାଳନ କରାଯିବାପାଇଁ। ଯାହା ଆଜି ପାଳନ ହେଉଛି । ବାଜି ରାଉତଙ୍କ ଗାଁକୁ ବରପୁତ୍ର ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇ ଉନ୍ନତି କାର୍ଯ୍ୟ କରାଯାଉଛି । ବାଜି ରାଉତଙ୍କ ସ୍ମୃତିରେ ଢେଙ୍କାନାଳ ଠାରେ ୧୨୦ କୋଟି ଟଙ୍କା ବ୍ୟୟରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଯାହା ଯୁବ ପିଢିଙ୍କ କ୍ରୀଡା ପ୍ରତିଥିବା ଉଚ୍ଚ ଆଶାକୁ ଆହୁରି ଆଗକୁ ନେଇଯିବ। ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଦ୍ବାରା ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ଅର୍ଥାତ ଯୁବଶକ୍ତିର ଉତ୍ଥାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ପୁଣି କହିଥିଲେ, ଆମ ସରକାର ଆଗାମୀ ଦଶ ବର୍ଷ ଭିତରେ ଓଡିଶା ବିକାଶର ଦଶା ଓ ଦିଶା ପରିବର୍ତ୍ତନ କରିବାକୁ କ୍ଷେତ୍ର ପ୍ରସ୍ତୁତ କରି ସାରିଛନ୍ତି। ୨୦୩୬ରେ ଯେତେବେଳେ ଆମେ ସ୍ଵତନ୍ତ୍ର ଓଡିଶାର ଶତାବ୍ଦୀ ଉତ୍ସବ ପାଳନ କରିବା, ସେତେବେଳକୁ ଓଡିଶାର ପ୍ରତ୍ୟେକଟି ଜିଲ୍ଲା ସମୃଦ୍ଧ ହେବ। ସମୃଦ୍ଧ ଜିଲ୍ଲା ହିଁ ହେବ, ସମୃଦ୍ଧ ଓଡିଶାର ମୂଳଦୁଆ। ଢେଙ୍କାନାଳ ଜିଲ୍ଲାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏଥିରେ ୩୦ ହଜାର କୋଟି ଟଙ୍କାର ଵ୍ୟୟ କେବଳ ସୋଲାର ଶକ୍ତି ଶିଳ୍ପ ସମ୍ବଳିତ ପ୍ରକଳ୍ପ। ଏଣୁ, ଢେଙ୍କାନାଳ ଜିଲ୍ଲାକୁ ଓଡିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା ଓ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ କରିବା ହେଉଛି ଆମ ସରକାରର ଲକ୍ଷ୍ୟ। ଏହିସବୁ ପ୍ରକଳ୍ପ ଯୋଗୁଁ ୨୬ ହଜାର ୪୦୦ଟି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି। ପ୍ରତ୍ୟେକ ନିଯୁକ୍ତି ଅର୍ଥ ହେଉଛି ଗାଁର ଜଣେ ଯୁବକଙ୍କୁ ଆଉ ସ୍ଥାନାନ୍ତରିତ ହେବାକୁ ପଡ଼ିବ ନାହିଁ। ଏଇ ଆମ ଓଡିଶା ମାଟିରେ, ଆମ ଓଡିଆ ପୁଅ ଚାକିରୀ କରିବ, ନିଜର ଆଉ ଓଡିଶାର ଭବିଷ୍ୟତ ନିର୍ମାଣ କରିବ । ଆଜି ଆମ ଦେଶ ଭାରତ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ସୁରକ୍ଷିତ ଅଛି ଏବଂ ଦେଶ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସବୁ ସ୍ତରରେ ଅଭୂତପୂର୍ବ ବିକଶିତ ହେଉଛି। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ମାନନୀୟ ମୋଦୀ ଜୀ ପରିକଳ୍ପନା କରିଛନ୍ତି ଏବଂ ଏହି ପରିକଳ୍ପନାରେ ଓଡିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ବରପୁତ୍ରଙ୍କୁ ଆଦର୍ଶ କରି ଦେଶ, ଜାତିର ଉନ୍ନତି ହିଁ ଏକମାତ୍ର ଲକ୍ଷ୍ୟ ହେଉ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଜିରାଉତଙ୍କ ଦାୟାଦ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ପୁସ୍ତକ ' ଢେଙ୍କାନାଳ ଗଣସଂଗ୍ରାମର ଅମର ସହିଦ ବାଜି ରାଉତ ' ଓ ବାଜିରାଉତଙ୍କ ଫଟୋ ଉନ୍ମୋଚନ କରିଥିଲେ । ଯାହା ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବଣ୍ଟନ କରାଯିବ । ସମାରୋହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବାଜି ରାଉତଙ୍କ ସାହସ, ବଳିଦାନକୁ ମନେପକାଇ ଏହା ଚିରଦିନ ଉଜ୍ଜିବିତ ରହିବ ବୋଲି କହିଥିଲେ। ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ୧୨ ବର୍ଷର ବାଳକର ବୀରତ୍ବ, ସାହସ ଏ ଓଡ଼ିଆ ଜାତିକୁ ଗୌରବାନ୍ବିତ କରିଛି । ପ୍ରଜାମଣ୍ଡଳ ଆନ୍ଦୋଳନ ଢେଙ୍କାନାଳର ବୀରତ୍ବ ବଖାଣେ । ଦେଶର ସ୍ବାଧୀନତା ସଂଗ୍ରାମରେ ସର୍ବାଧିକ ସଂଗ୍ରାମୀ ଓ ଯୋଗଦାନ ରହିଥିବା ରାଜ୍ୟ ଓଡ଼ିଶା ବୋଲି ସେ କହିଥିଲେ । ସମ୍ମାନୀତ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ପ୍ରାରମ୍ଭିକ ସୂଚନା ଦେଇ ଥିଲେ । ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ୍ ଧନ୍ୟବାଦ ଦେଇଥିଲେ।
5